Categories: ଜାତୀୟ

ରାଜନୀତି ଛାଡ଼ିଲେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାନନ୍ଦ ଗୌଡ଼ା

ବେଙ୍ଗାଲୁରୁ,୯ା୧୧: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା ୨୦୨୪ ଲୋକ ସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଭାଜପା କେନ୍ଦ୍ରୀୟ ନେତୃତ୍ୱ କହିଥିଲେ। ପରେ ସେ ନିର୍ବାଚନୀରୁ ଓହରିଯାଇଛନ୍ତି। ବରିଷ୍ଠ ନେତା ତଥା ଭାଜପା ସଂସଦୀୟ ବୋର୍ଡ ସଦସ୍ୟ ବି.ଏସ୍‌. ୟେଦୁରପ୍ପା ଗୁରୁବାର ଏହି ସୂଚନା ଦେଇଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତ୍ତମାନ ବେଙ୍ଗାଲୁରୁ ଉତ୍ତର ଆସନରୁ ଲୋକ ସଭା ସଦସ୍ୟ ଥିବା ଗୌଡ଼ା ନିର୍ବାଚନୀ ରାଜନୀତିରୁ ଅବସର ନେଲେ ବୋଲି ଘୋଷଣା କରିଥିଲେ।

Share