Categories: ଜାତୀୟ

ଏନସିପି ମନ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚାହୁଁଛି ଭାଜପା: ରୋହିତ ପାଓ୍ବାର…

ମୁମ୍ବାଇ,୧୫।୭ : ମହାରାଷ୍ଟ୍ରରେ ସମ୍ପ୍ରତି ଆରୋପ ପ୍ରତ୍ୟାରୋପର ରାଜନୀତି ଜୋର ଧରିଛି। ମୁଖ୍ୟମନ୍ତ୍ରୀ ଏକନାତ ଶିନ୍ଦେଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ଏଥିରେ ଅଜିତ ପାଓ୍ବାରଙ୍କ ସମର୍ଥକଙ୍କୁ ସ୍ଥାନ ମିଳିଛି। ଏନେଇ ଶରଦ ପାଓ୍ବାରଙ୍କ ନାତି ରୋହିତ ପାଓ୍ବାର ଭାଜପାକୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି ଭାଜପା ଜାଣିଶୁଣି ଏନସିପି ମନ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାର ପ୍ରୟାସ କରୁଛି। ଭାଜପା ବିଭିନ୍ନ ରାଜନୈତିକ ଦଳକୁ ଭାଙ୍ଗିବା କାର୍ଯ୍ୟ ଜାରି ରଖିଛି। ଏହା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ। ଏଭଳି କରି ଭାଜପା ଗଣତନ୍ତ୍ରର ହତ୍ୟା କରୁଛି ବୋଲି ରୋହିତ ଅଭିଯୋଗ କରିଛନ୍ତି।

Share