Categories: ଜାତୀୟ

ଧର୍ମର ମାର୍କେଟିଂ କରି କଂଗ୍ରେସକୁ ବଦନାମ କରିବାକୁ ଚାହୁଁଛି ଭାଜପା: ଗେହଲଟ

ଜୟପୁର,୧୮।୬ : ଧର୍ମ ନାମରେ ଭାଜପା ରାଜନୀତି କରୁଛି ବୋଲି କହି ଟାର୍ଗେଟ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେ କହିଛନ୍ତି, ଭାଜପା ଜାତି ଓ ଧର୍ମକୁ ବ୍ୟବହାର କରି ମାର୍କେଟିଂ ଦ୍ୱାରା କଂଗ୍ରେସକୁ ବଦନାମ କରିବାକୁ ଚେଷ୍ଟା କରୁଛି, କିନ୍ତୁ ବର୍ତ୍ତମାନ ଲୋକେ ସେମାନଙ୍କ ମନଗଢ଼ା କାହାଣୀକୁ ଆଉ ବିଶ୍ୱାସ କରିବେ ନାହିଁ। କର୍ନାଟକରେ ବଜରଙ୍ଗବାଲୀଙ୍କ ନାମ ନେଇ ଗୈରିକ ଦଳ ନିର୍ବାଚନ ଜିତିବାକୁ ଚେଷ୍ଟା କରିଥିଲା କିନ୍ତୁ ଜନସାଧାରଣ ତାଙ୍କୁ ଗ୍ରହଣ କରି ନ ଥିଲେ। ଏକ ଭିନ୍ନ ଏଜେଣ୍ଡା ଅନୁଯାୟୀ ଏହି ଦଳ କାର୍ଯ୍ୟ କରୁଛି। ରାଜସ୍ଥାନରେ କଂଗ୍ରେସ ସରକାରକୁ ହଟାଇବା ଲାଗି ସେମାନେ ଚେଷ୍ଟା କରିଥିଲେ ବି ଏହି ଷଡଯନ୍ତ୍ରରେ ସଫଳ ହୋଇପାରିନଥିଲେ। ତେବେ ଧର୍ମ ନାମରେ କରାଯାଇଥିବା ରାଜନୀତି ଅଧିକ ଦିନ ତିଷ୍ଠି ନାହିଁ ବୋଲି ଗେହଲଟ କହିଛନ୍ତି।

Share