Categories: ଜାତୀୟ

ଦିଲ୍ଲୀ ଜନସାଧାରଣଙ୍କୁ ପାଣିରେ ବୁଡ଼ାଇ ମାରିବାକୁ ଚାହୁଁଛି ଭାଜପା: ଏଏପି…

ନୂଆଦିଲ୍ଲୀ,୧୫।୭ : ଦେଶର ରାଜଧାନୀ ଦିଲ୍ଲୀ ବର୍ତ୍ତମାନ ଯମୁନା ନଦୀ ଦ୍ୱାରା ବିପର୍ଯ୍ୟୟର ଶିକାର ହେଉଛି। ଦିଲ୍ଲୀର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି। ବର୍ଷା ଓ ବନ୍ୟା ଯୋଗୁଁ ରାଜଧାନୀର ଗତି ସ୍ଥିର ହୋଇଛି। କିନ୍ତୁ, ଆମ ଆଦମୀ ପାର୍ଟି (ଏଏପି) ମଧ୍ୟ ଏହି ବିପର୍ଯ୍ୟୟକୁ ରାଜନୈତିକ କାରଣ ଭାବେ ଦେଖୁଛି। ଏଏପି ଏହାର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ମାଧ୍ୟମରେ ଏକ ଭିଡିଓ ଶେୟାର କରିଛି, ଯେଉଁଥିରେ ଦଳ ଦିଲ୍ଲୀରେ ବନ୍ୟା ପରିସ୍ଥିତିକୁ ନେଇ ଏକ ଷଡଯନ୍ତ୍ର ହୋଇଥିବା ଏବଂ ଏହାକୁ ନେଇ କେନ୍ଦ୍ରରେ ଶାସକ ଭାରତୀୟ ଜନତା ପାର୍ଟି ଉପରେ ଦାୟୀ କରିଛି। ଦିଲ୍ଲୀ ଜନସାଧାରଣଙ୍କୁ ପାଣିରେ ବୁଡ଼ାଇ ମାରିବାକୁ ଭାଜପା ଚାହୁଁଛି ବୋଲି ଏଏପି ଅଭିଯୋଗ ଆଣିଛି

ବାସ୍ତବରେ, ଟୁଇଟରରେ ଏଏପି ଦ୍ୱାରା ଶେୟାର କରାଯାଇଥିବା ଭିଡିଓ ହାଥିନି କୁଣ୍ଡ ନିକଟରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିଲା। ଭିଡିଓରେ କୁହାଯାଇଛି ହାଥିନିକୁଣ୍ଡ ନିକଟରେ ଏକ କେନାଲ ଅଛି, ଯାହା ୟୁପିର ସାହାରନପୁରକୁ ଯାଇଥାଏ, କିନ୍ତୁ ସେହି କେନାଲଟି ସମ୍ପୂର୍ଣ୍ଣ ଶୁଖିଲା ଥିବାବେଳେ ଦିଲ୍ଲୀ ଆଜି ପାଣିରେ ବୁଡ଼ୁଛି ଏବଂ ଏହାର କାରଣ ହେଉଛି ହରିୟାଣାର ସମସ୍ତ ଜଳ ଦିଲ୍ଲୀ ମୁହାଁ ହୋଇଛି। ଭିଡିଓ ଶେୟାର କରି ସିଏମ ଅରବିନ୍ଦ କେଜରିୱାଲଙ୍କ ପାର୍ଟି ଏଭଳି ଲେଖିଛି।

ଏଏପିର ଏହି ଟୁଇଟ ଅନୁଯାୟୀ, ଦିଲ୍ଲୀରେ ବନ୍ୟା ପରିସ୍ଥିତି ଜାଣିଶୁଣି ଅଣାଯାଇଛି, ଯେଉଁ କାରଣରୁ ଦିଲ୍ଲୀରେ ଜରୁରୀକାଳୀନ ପରିସ୍ଥିତି ଉପୁଜିଛି।

Share