Categories: ଜାତୀୟ

କଳେ ବଳେ କୌଶଳେ କ୍ଷମତା ହାସଲ କରିବାକୁ ଚାହୁଁଛି ଭାଜପା: ପ୍ରିୟଙ୍କା ଚତୁର୍ବେଦୀ…

ମୁମ୍ବାଇ,୨।୭ : ଅଜିତ ପାୱାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାରରେ ଯୋଗଦେବା ପରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ବିଭାଜିତ ହୋଇଛି। ଏନେଇ ଉଦ୍ଧବ ଠାକରେ ଦଳର ଶିବସେନା ରାଜ୍ୟସଭା ଏମପି ପ୍ରିୟଙ୍କା ଚତୁର୍ବେଦୀ ମନ୍ତବ୍ୟ ଦେଇଛନ୍ତି।

ପ୍ରିୟଙ୍କା ଟୁଇଟ କରି ଲେଖିଛନ୍ତି, ଭାଜପା ଦେଶର ଶେଷ ଦଳ, ଯିଏ ଆଦର୍ଶଗତ ବିଷୟରେ ଆଲୋଚନା କରିଥାଏ। କିନ୍ତୁ ଭାଜପା କେବଳ ରାଜନୈତିକ ସୁବିଧାବାଦୀ ନୀତି ପ୍ରୟାସ କରି କଳେ ବଳେ କୌଶଳେ କୌଣସି ମୂଲ୍ୟରେ କେବଳ କ୍ଷମତା ଚାହୁଁଛି। ମହାରାଷ୍ଟ୍ରର ନବୀନତମ ବିକାଶ ସହିତ ଦୁର୍ନୀତିଗ୍ରସ୍ତ ତଥା ଜେଲ ଯାଇଥିବା ବିଧାୟକମାନେ ବର୍ତ୍ତମାନ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରୁଛନ୍ତି। ଏହା ରାଜ୍ୟର ତଥା ଦେଶର ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଏହାର ଜବାବ ଆଗାମୀ ଦିନରେ ସାଧାରଣ ଜନତା ଦେବେ।

Share