ମୁମ୍ବାଇ,୩।୮:ମହାରାଷ୍ଟ୍ରରେ ହିନ୍ଦୁତ୍ୱ କାର୍ଯ୍ୟକର୍ତ୍ତା ସମ୍ବାଜୀ ଭିଡେଙ୍କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। କଂଗ୍ରେସ ନେତା ତଥା ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ କହିଛନ୍ତି, ମହାରାଷ୍ଟ୍ର ହେଉଛି ଶିବରାୟ, ଶାହୁ, ଫୁଲେ ଏବଂ ଆମ୍ବେଦକରଙ୍କ ଚିନ୍ତାଧାରାର ଭୂମି କିନ୍ତୁ ସମ୍ବାଜୀ ଭିଡେଙ୍କ ଭଳି ଲୋକଙ୍କୁ ଆଗକୁ ଆଣି ଭାଜପା ଏହି ରାଜ୍ୟରେ ପରିବେଶକୁ ଖରାପ ଼କରିବାକୁ ଚେଷ୍ଟା କରୁଛି। ଭାଜପା ମହାରାଷ୍ଟ୍ରକୁ ମଣିପୁର ଭଳି ରାଜ୍ୟ କରିବାକୁ ଚାହୁଁଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦିଓ ଭାଜପା ରାଜ୍ୟବାସୀଙ୍କୁ ଉସ୍କାଇବାକୁ ଚେଷ୍ଟା କରୁଛି, ତଥାପି ସେମାନେ ଏପରି ଷଡଯନ୍ତ୍ରର ଶିକାର ହେବେ ନାହିଁ ବୋଲି ସେ କହିଛନ୍ତି।
କଂଗ୍ରେସ ନେତା ନାନା ପାଟୋଲେ କହିଛନ୍ତି, ସମ୍ବାଜୀ ଭିଡେ ପ୍ରତିଦିନ ଅନେକ ମହାନ ବ୍ୟକ୍ତିତ୍ୱଙ୍କୁ ଅପମାନିତ କରୁଛନ୍ତି, କିନ୍ତୁ ଭାଜପା ସରକାର ଏହା ଉପରେ କୌଣସି ପଦକ୍ଷେପ ନେଉନାହାଁନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀ, ଜ୍ୟୋତିବା ଫୁଲେ, ସାବିତ୍ରୀବାଇ ଫୁଲେ, ସାଇ ବାବାଙ୍କ ବିଷୟରେ ଆପତ୍ତିଜନକ ବିବୃତ୍ତି ସତ୍ତ୍ୱେ ଭିଡେ ମୁକ୍ତ ଭାବରେ ବୁଲୁଛନ୍ତି। ମହାପୁରୁଷଙ୍କୁ ଅପମାନିତ କରିବା ପାଇଁ ଭାଜପା ସମ୍ବାଜୀ ଭିଡେଙ୍କୁ ଲାଇସେନ୍ସ ଦେଇଛି କି? ଭିଡେଙ୍କୁ ଯଥାଶୀଘ୍ର ଗିରଫ କରାଯାଉ ବୋଲି କଂଗ୍ରେସ ଦାବି କରୁଛି।
ନିକଟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଫଡନାଭିସ ସମ୍ବାଜୀ ଭିଡେଙ୍କୁ ଗୁରୁଜୀ ବୋଲି ସମ୍ବୋଧିତ କରିଥିଲେ। ଏହାକୁ ନେଇ ବିରୋଧୀ ତାଙ୍କୁ ଘେରିଥିଲେ।