Categories: ଜାତୀୟ

ଭଗବାନ ଶ୍ରୀରାମଙ୍କ ମାଲିକ ପାଲଟିବାକୁ ଚାହୁଁଛି ଭାଜପା: ସଞ୍ଜୟ ରାଉତଙ୍କ ମନ୍ତବ୍ୟ…

ମୁମ୍ବାଇ,୩୧।୧୨ : ଉଦ୍ଧବ ଠକୁରେଙ୍କ ନେତୃତ୍ୱାଧୀନ ଶିବସେନା ଏମପି ସଞ୍ଜୟ ରାଉତ ପୁଣି ଥରେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଭଗବାନ ରାମଙ୍କର ଉତ୍ସବ ପାଳନ କରିବା ପାଇଁ କାହାକୁ ଭାଜପାର ନେତୃତ୍ୱର ଦରକାର ନାହିଁ।

ଲାଗୁଛି ଅଯୋଧ୍ୟାରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏବଂ ଭାଜପା କାର୍ଯ୍ୟାଳୟ ଚାଲିବ। ଏହା ଏକ ଭଲ କଥା । ପିଏମଓ ଅଯୋଧ୍ୟାକୁ ସ୍ଥାନାନ୍ତରିତ ହେବା ଉଚିତ।

ପ୍ରତ୍ୟେକ ଘରେ ରାମ ଜ୍ୟୋତି ଆଲୋକିତ କରିବା ପାଇଁ ଭାଜପା ଆହ୍ବାନର କୌଣସି ଆବଶ୍ୟକତା ନାହିଁ । ଡ. ଫାରୁକ ଅବଦୁଲ୍ଲା କହିଛନ୍ତି ରାମ ସମସ୍ତଙ୍କର ଏବଂ ଯଦି ଗୋଟିଏ ଦଳ ପ୍ରଭୁ ରାମଙ୍କର ମାଲିକ ହେବାକୁ ଚେଷ୍ଟା କରୁଛନ୍ତି, ତେବେ ସେମାନେ ଶ୍ରୀରାମଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛନ୍ତି। ଭାଜପା ଭଗବାନ ଶ୍ରୀରାମଙ୍କ ମାଲିକ ପାଲଟିବାକୁ ଚାହୁଁଛି । ଏହା ସମ୍ପୂର୍ଣ୍ଣ ଅନ୍ୟାୟ ବୋଲି ସଞ୍ଜୟ କହିଛନ୍ତି।

Share