Categories: ଜାତୀୟ

ଏପ୍ରିଲ ୬-୧୪ ତାରିଖ ଯାଏ ସାମାଜିକ ନ୍ୟାୟ ସପ୍ତାହ ପାଳନ କରିବ ଭାଜପା

ନୂଆଦିଲ୍ଲୀ,୪।୪: ଆଗାମୀ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରସ୍ତୁତି ଆରମ୍ଭ କରିଦେଇଛି। ଇତି ମଧ୍ୟରେ ଭାଜପା ଅନୁସୂଚିତ ଜାତି ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଏପ୍ରିଲ ୬ ରୁ ୧୪ ତାରିଖ ପର୍ଯ୍ୟନ୍ତ ସାମାଜିକ ନ୍ୟାୟ ସପ୍ତାହ ପାଳନ କରିବ। ଏନେଇ ଭାଜପା ରାଷ୍ଟୀୟ ମହାମନ୍ତ୍ରୀ ଦୁଷ୍ୟନ୍ତ ଗୌତମ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏପ୍ରିଲ ୬ ଭାଜପାର ପ୍ରତିଷ୍ଠା ଦିବସ। ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ଦଳର କର୍ମୀଙ୍କୁ ସମ୍ବୋଧିତ କରିବେ। ଏଥିସହ ସମସ୍ତ ଭାଜପା କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯିବ।

Share