ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । କୁହାଯାଉଛି ସୋର ଆସନରୁ ଭାଜପା ରାଜୁ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରି ସାରିଥିବାବେଳେ ତାଙ୍କ ବଦଳରେ ପର୍ଶୁରାମ ଧଡାଙ୍କୁ ପ୍ରାର୍ଥୀ କରିପାରେ । ରାଜୁ ଦାସଙ୍କୁ ସୋର ବଦଳରେ ବାସୁଦେବପୁର ଆସନରେ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

୨୦୦୯ରେ ଭାଜପା ଟିକେଟରେ ପ୍ରାର୍ଥୀ ହୋଇ ପର୍ଶୁରାମ ଧଡା ମାତ୍ର ୩୬୦ ଭୋଟରେ ପରାସ୍ତ ହୋଇଥିଲେ । ଏହାପରେ ପଦ୍ମ ଛାଡି ଶଙ୍ଖ ଫୁଙ୍ଖିଥିଲେ । ୨୦୧୪ ଓ ୨୦୧୯ରେ ବିଜେଡି ପ୍ରାର୍ଥୀ ହୋଇ ଦୁଇ ଥର ବିଧାୟକ ହୋଇଥିଲେ । ତେବେ ଏଥର ବିଜେଡି ଟିକେଟ ନ ଦେବାରୁ ପୁଣି ଘରକୁ ବାହୁଡିଛନ୍ତି । ଆଉ ଏହି ପ୍ରତ୍ୟାବର୍ତନ ପରେ ଦଳ ପ୍ରାର୍ଥୀ ପରିବର୍ତନ ନେଇ ଚର୍ଚ୍ଚା ଜୋର ଧରିଛି ।

Share