Advertisement

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଏତିକି ଆସନରେ ଲଢ଼ିବ ଭାଜପା, ଜାଣନ୍ତୁ ଅନ୍ୟ କେଉଁ ଦଳ କେତୋଟି ଆସନରେ ଲଢ଼ିବେ…

ରାଞ୍ଚି,୧୮ା୧୦: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଏନ୍‌ଡିଏ ମଧ୍ୟରେ ଆସନ ବଣ୍ଟନ ଘୋଷଣା କରାଯାଇଛି। ଶୁକ୍ରବାର ଭାଜପା ଏବଂ ଏଜେୟୁ ରାଞ୍ଚିରେ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆସନ ବଣ୍ଟନ ନେଇ ଘୋଷଣା କରିଛନ୍ତି। ଝାଡ଼ଖଣ୍ଡର ଏନ୍‌ଡିଏ ମଧ୍ୟରେ ଭାଜପା ୬୮ଟି ଆସନରେ ଲଢ଼ିବାକୁ ଥିବା ବେଳେ ଏଜେଏସ୍‌ୟୁ ୧୦ଟି ଆସନରେ, ଜେଡିୟୁ ୨ଟିରେ ଏବଂ ଏଲ୍‌ଜିପି(ରାମବିଳାସ ପାର୍ଟି) ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ।

ନିର୍ବାଚନ ପାଇଁ ଆସନ ବଣ୍ଟନ ପାଇଁ ଭାଜପା ନିଷ୍ପତ୍ତି ନେଇଛି। ଭାଜପାର ନିର୍ବାଚନ ଦାୟିତ୍ୱରେ ଥିବା ଶିବରାଜ ସିଂ ଚୌହାନ ଏବଂ ସହ-ଦାୟିତ୍ୱରେ ଥିବା ହିମନ୍ତ ବିଶ୍ୱଶର୍ମା ରାଞ୍ଚିରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share