ଏତିକି ଆସନ ଜିତି ଓଡ଼ିଶାରେ ସରକାର ଗଢିବ ଭାଜପା: ଶାହାଙ୍କ ଭବିଷ୍ୟବାଣୀ

ଚାନ୍ଦବାଲି,୨୮।୫: ୨୦୨୪ ନିର୍ବାଚନ ଲାଗି କେନ୍ଦ୍ରୀୟ ନେତାମାନେ ଭାଜପା ପାଇଁ ପ୍ରଚାର କରିବାକୁ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଚାନ୍ଦବାଲିଠାରେ ଏକ ଜନସଭା କରି ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ୭୫ରୁ ଅଧିକ ସିଟ ଜିତି ଡବଲ ଇଂଜିନ ସରକାର କରିବ ଭାଜପା। ୪ ଜୁନ୍‌ରେ ରେଜଲ୍ଟ ଆସିବ, ନବୀନ ବାବୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବନିଯିବେ
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ଭକ୍ତ ହିଁ ହେବ। ୨୫ ବର୍ଷ ପରେ ଓଡ଼ିଶାକୁ ଓଡ଼ିଆ ଲେଖାପଢ଼ା ମୁଖ୍ୟମନ୍ତ୍ରୀ ମିଳିବ।
ଶାହା ଆହୁରି ମଧ୍ୟ କହିଛନ୍ତି, ଏ ନିର୍ବାଚନ ଓଡ଼ିଆ ଅସ୍ମିତା, ଭାଷା, କଳା, ସ୍ବାଭିମାନର ନିର୍ବାଚନ। ଜଣେ ତାମିଲବାବୁ ପରଦା ପଛରେ ରହି ଶାସନ କରିବେ କି? ଭାଜପାକୁ ଭୋଟ ଦିଅନ୍ତୁ, ଆପଣଙ୍କ ଜନସେବକ ଏଠି ଶାସନ କରିବେ। ୬ ପର୍ଯ୍ୟାୟ ସରିଲାଣି, ୫ ପର୍ଯ୍ୟାୟ ରିପୋର୍ଟ ଅଛି । ୫ ପର୍ଯ୍ୟାୟରେ ମୋଦିଜୀ ୩୧୦ ସିଟ ଜିତି ସାରିଲେଣି ସପ୍ତମ ପର୍ଯ୍ୟାୟ ଶେଷ ସୁଦ୍ଧା ୪୦୦ ପାର୍‌ କରିବାକୁ ପଡ଼ିବ। ଓଡ଼ିଶାରେ ବି ମୋଦିଙ୍କ ସରକାର ବନାଇବାକୁ ପଡ଼ିବ।

Share