ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା। ସେ କହିଛନ୍ତି, ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର କ୍ୟାସ ଭାଉଚର ମିଳିବ। ୨ ବର୍ଷ ମଧ୍ୟରେ ଏହାକୁ ସେମାନେ ଖର୍ଚ୍ଚ କରିପାରିବେ। ସେହିପରି ଆଗାମୀ ୩ ବର୍ଷ ମଧ୍ୟରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବୁ। ସାରା ରାଜ୍ୟରେ ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ କରାଯିବ। ରାଜଧାନୀରୁ ଗାଁ ପର୍ଯ୍ୟନ୍ତ ୭୫ ହଜାର କିମି ରାସ୍ତା ନିର୍ମାଣ ହେବ। ୨୦୨୯ ମଧ୍ୟରେ ୩.୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ନଡ୍ଡା କହିଛନ୍ତି।
ଶ୍ରୀ ନଡ୍ଡା ଆହୁରି କହିଛନ୍ତି, ଭାଜପା କ୍ଷମତାକୁ ଆସିଲେ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଓ ବିଧବା ଭତ୍ତା ୩ ହଜାର ଟଙ୍କା କରିବୁ। ଭୁବନେଶ୍ୱର, ରାଉରକେଲା, ବାଲେଶ୍ୱର ଓ ବ୍ରହ୍ମପୁରରେ ହେବ ଆଇଟି ପାର୍କ ନିର୍ମାଣ ହେବ। ଖାଲି ପଡିଥିବା ଦେ ଲକ୍ଷ ସରକାରୀ ପଦବୀ ପୂରଣ ହେବ। ସେହିପରି ପିଏମଏୱାଇ ଯୋଜନାରେ ୧୫ ଲକ୍ଷ ଘର ନିର୍ମାଣ କରାଯିବ।