Categories: ଜାତୀୟ

ଏହି ୪ ମନ୍ତ୍ରଣାଳୟ ନିଜ ପାଖରେ ରଖିବ ଭାଜପା

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ଶପଥ ଗ୍ରହଣ ପରଠାରୁ ମନ୍ତ୍ରଣାଳୟ ବିଭାଜନକୁ ନେଇ ନିରନ୍ତର ଆଲୋଚନା ଚାଲିଛି। ଆଜି ସନ୍ଧ୍ୟା ସୁଦ୍ଧା ମୋଦି ୩.୦ କ୍ୟାବିନେଟର ମନ୍ତ୍ରୀଙ୍କ ମଧ୍ୟରେ ମନ୍ତ୍ରଣାଳୟର ବଣ୍ଟନ ହୋଇପାରେ। ମନ୍ତ୍ରଣାଳୟ ସମ୍ବନ୍ଧୀୟ ତାଲିକା ସୋମବାର ବିଳମ୍ବିତ ରାତି ସୁଦ୍ଧା ପ୍ରକାଶ ପାଇବ।
ସୂଚନାନୁସାରେ, ସ୍ବରାଷ୍ଟ୍ର, ଅର୍ଥ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ଭାଜପା ଏହି ସମସ୍ତ ମନ୍ତ୍ରଣାଳୟକୁ ନିଜ ପାଖରେ ରଖିବ। ଏଥି ସହିତଏନଡିଏ ସହଯୋଗୀମାନଙ୍କୁ ଅନ୍ୟ ମନ୍ତ୍ରଣାଳୟରେ ଦିଆଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ସାମିଲ ମୋଟ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ୨୫ ଜଣ ଭାଜପାର ଏବଂ ୫ଟି ମନ୍ତ୍ରୀ ପଦବୀ ସହଯୋଗୀ ଦଳଙ୍କୁ ଦିଆଯାଇଛି। ମୋଦି ୩.୦ କ୍ୟାବିନେଟରେ ୭୨ ମନ୍ତ୍ରୀ ଶପଥ ନେଇଛନ୍ତି। ଏଥିମଧ୍ୟରୁ ୩୦ ଜଣ ମନ୍ତ୍ରୀ କ୍ୟାବିନେଟର ଅଂଶ ହେବେ। ଏଥି ସହିତ ୫ ମନ୍ତ୍ରୀଙ୍କୁ ସ୍ବାଧୀନ ଦାୟିତ୍ୱ ଏବଂ ୩୬ ଏମ୍‌ପିଙ୍କୁ ରାଜ୍ୟ ମନ୍ତ୍ରୀ ପଦ ଦିଆଯାଇଛି।

Share