Categories: ଜାତୀୟ

ଏହି ରାଜ୍ୟରେ ସବୁଠୁ ଅଧିକ ଆସନ ହରାଇବ ଭାଜପା

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନ ପାଇଁ ୬ଟି ପର୍ଯ୍ୟାୟ ଭୋଟ ଦିଆଯାଇଛି। ସପ୍ତମ ପର୍ଯ୍ୟାୟ ପାଇଁ ମତଦାନ ଜୁନ ୧ରେ ହେବ। ଫଳାଫଳ ଜୁନ ୪ରେ ଆସିବ। ଫଳାଫଳ ପୂର୍ବରୁ ରାଜନୈତିକ ବିଶ୍ଳେଷକ ଯୋଗେନ୍ଦ୍ର ଯାଦବ ଏକ ବଡ଼ ଦାବି କରିଛନ୍ତି। ଯୋଗେନ୍ଦ୍ର ଯାଦବ କହିଛନ୍ତି,୨୦୧୯ ତୁଳନାରେ ଭାଜପା ପ୍ରାୟ ୫୫ଟି ଆସନ ହରାଉଛି।
ଯୋଗେନ୍ଦ୍ର ଯାଦବ ଏକ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି ଆସନ ହରାଇବାକୁ ଯାଉଛନ୍ତି ବୋଲି କହିଛନ୍ତି। କେବଳ ଏତିକି ନୁହେଁ, ରାଜସ୍ଥାନ ଏବଂ ଗୁଜରାଟରେ ମଧ୍ୟ ଭାଜପା ୧୦ଟି ଆସନ ହରାଇବ ବୋଲି ଆଶା କରାଯାଉଛି। ଯୋଗେନ୍ଦ୍ର ଯାଦବଙ୍କ ଏହି ଦାବି ଭାଜପା ପାଇଁ ଟେନସନ ବୃଦ୍ଧି କରିବ ବୋଲି କୁହାଯାଉଛି କାରଣ ଏହି ରାଜ୍ୟରେ ଭାଜପା କି୍ଲନ୍‌ସୁଇପ୍‌ କରିଥିଲା।
ଯୋଗେନ୍ଦ୍ର ଯାଦବ ଦାବି କରିଛନ୍ତି, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ଝାଡଖଣ୍ଡରେ ଭାଜପା ୧୦ଟି ଆସନ ହରାଉଛି। ୨୦୧୯ ତୁଳନାରେ ଦିଲ୍ଲୀ ଏବଂ ହରିୟାଣାରେ ୧୦ଟି କମ ଆସନ ପାଇବାର ସମ୍ଭାବନା ଅଛି। ଯୋଗେନ୍ଦ୍ର ଯାଦବଙ୍କ ଅନୁଯାୟୀ ପଞ୍ଜାବ, ହିମାଚଳ ଓ ଚଣ୍ଡିଗଡରେ ଭାଜପା ୫ଟି ଆସନ ହରାଉଥିବା ଜଣାପଡିଛି।
ଯାଦବଙ୍କ ଅନୁଯାୟୀ, ଭାଜପା ମିଳିତ ମେଣ୍ଟ ୟୁପିରେ ୧୦ଟି ଆସନ ହରାଉଥିବା ଜଣାପଡିଛି। ୨୦୧୯ରେ ଏନଡିଏ ୬୪ଟି ଆସନ ଜିତିଥିଲା। ଅନ୍ୟପକ୍ଷରେ ଯୋଗେନ୍ଦ୍ର ଯାଦବ ବିହାରରେ ୧୫ଟି ଆସନ ହରାଇବାର ଆଶଙ୍କା ପ୍ରକାଶ କରିଛନ୍ତି। ବିହାରରେ, ଏନଡିଏ ୨୦୧୯ରେ ୪୦ଟି ଆସନ ମଧ୍ୟରୁ ୩୯ଟି ଜିତିଥିଲା। ଯୋଗେନ୍ଦ୍ର ଯାଦବ କହିଛନ୍ତି, ଭାଜପା ଅତି କମରେ ୬୬ଟି ଆସନ ହରାଉଥିବା ଜଣାପଡିଛି।
ଯୋଗେନ୍ଦ୍ର ଯାଦବ ଆକଳନ କରିଛନ୍ତି, ଭାଜପାକୁ ୨୪୦ ରୁ ୨୬୦ଟି ଆସନ ମିଳିବ। ଅନ୍ୟ ଏନଡିଏ ସହଯୋଗୀମାନେ ୩୫ରୁ ୪୫ଟି ଆସନ ପାଇପାରନ୍ତି। ଯାଦବ କଂଗ୍ରେସକୁ ୫୦ ରୁ ୧୦୦ଟି ଆସନ ପାଇବା ସମ୍ଭାବନାକୁ ପ୍ରକାଶ କରିଛନ୍ତି ଏବଂ ଇଣ୍ଡିଆ ଆଲାଇନ୍ସର ଅନ୍ୟ ସହଯୋଗୀମାନେ ୧୨୦ ରୁ ୧୩୫ଟି ଆସନ ପାଇବାକୁ ଦାବି କରିଛନ୍ତି।

Share