Categories: ଜାତୀୟ

କୁଳପତିଙ୍କ ନାଁ ବଦଳାଇବ ଭାଜପା କହିବ ‘କୁଳଗୁରୁ’

ଭୋପାଳ,୬ ।୯: ମେଡିକାଲ ଏଜୁକେଶନରେ ବଡ ପରିବର୍ତ୍ତନ ପରେ ଏବେ ମଧ୍ୟ ପ୍ରଦେଶ ସରକାର ଉଚ୍ଚ ଶିକ୍ଷାରେ ବି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହାର ପ୍ରକ୍ରିୟା ବି ଆରମ୍ଭ ହୋଇଗଲାଣି । ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟ ପ୍ରଦେଶର ଉଚ୍ଚ ଶିକ୍ଷାମନ୍ତ୍ରୀ ମୋହନ ଯାଦବ କୁଳପତିଙ୍କ ନାଁ ପରିବର୍ତ୍ତନ କରି ‘କୁଳଗୁରୁ’ ରଖିବାକୁ ପ୍ରସ୍ତାବ ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ସେ ମତାମତ ମଧ୍ୟ ଲୋଡିଲେଣି । ନ୍ୟୁଜ ଏଜେନ୍ସି ଏଏନ୍‌ଆଇର ସୂଚନା ଅନୁଯାୟୀ, ଉ୍‌ଚ୍ଚ ଶିକ୍ଷା ମନ୍ତ୍ରୀ ମୋହନ ଯାଦବ ଗଣମାଧ୍ୟମ ସହ କଥା ହେବା ସମୟରେ କହିଛନ୍ତି କୁଳଗୁରୁ ନାଁ ରଖିବା ପାଇଁ ପ୍ରସ୍ତବ ଦିଆଯାଇଛି । ଏଥିପାଇଁ ମତାମତ ମଧ୍ୟ ଲୋଡା ଯାଇଛି । ଏହାପରେ ଏହାକୁ କ୍ୟାବିନେଟକୁ ପଠାଯିବ । ଯଦି ସମସ୍ତଙ୍କ ସ୍ୱୀକୃତି ମିଳିଲା ତେବେ ଏହି ନାମ ଲାଗୁ କରାଯିବ ।

Share