Categories: ଜାତୀୟ

କର୍ନାଟକର ପ୍ରତିଗାଁ- ପ୍ରତି ମନ୍ଦିରରେ ହନୁମାନ ଚାଳିଶା ପାଠ କରିବ ଭାଜପା

ବେଙ୍ଗାଲୁରୁ,୩।୫: କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଶାସନ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ କରିବା ଘୋଷଣା କରିବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ନିଜ ଖେଳ ଖେଳିବା ଆରମ୍ଭ କରିଛି। ଭାଜପା ଘୋଷଣା କରିଛି କି ଦଳ କର୍ନାଟକର ପ୍ରତିଟି ଗାଁ ଓ ପ୍ରତିଟି ମନ୍ଦିରରେ ହନୁମାନ ଚାଳିଶା ପାଠ କରିବ। ଏପଟେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ କର୍ନାଟକ ଗସ୍ତରେ ଥିବା ବେଳେ ସେଠାରେ ମୁଦବିଦରିରେ ଏକ ରାଲିରେ ସମ୍ବୋଧନ ଦେବା ସମୟରେ ଜୟ ବଜରଙ୍ଗ ବାଲି ବୋଲି କହିଛନ୍ତି।

ରାଜ୍ୟରେ ଆସନ୍ତା ୧୦ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବଜରଙ୍ଗ ଦଳକୁ ନିର୍ବାଚନ ପ୍ରସଙ୍ଗରେ ନିସିଦ୍ଧ କରିବା ପାଇଁ ଭାଜପା ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ଗୁରୁବାର ସନ୍ଧ୍ୟା ୭ଟାରେ ରାଜ୍ୟର ପ୍ରତ୍ୟେକ ମନ୍ଦିର, ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳରେ ଭାଜପା ହନୁମାନ ଚାଳିଶା ପାଠ କରିବ।

Share