Categories: ଜାତୀୟ

‘୪୦୦ ଆସନ ସହ ପୁଣି କ୍ଷମତାକୁ ଫେରିବ ଭାଜପା’

କୋଲକାତା,୧୪।୯: ପଶ୍ଚିମବଙ୍ଗ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସହଯୋଗୀ ଦଳକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଏହା ‘ଇଣ୍ଡିଆ’ ସହଯୋଗୀ ନୁହେଁ। ମୁଁ କହିବି ଏହା ଆଇ ଡଟ ଏନ ଡଟ ଡି ଡଟ ଆଇ ଡଟ ଏ ଡଟ ମେଣ୍ଟ ଅଟେ। ଏହା ଚୋରମାନଙ୍କର ଏକ ମିଳିତ ମେଣ୍ଟ। ଏହି କାରଣରୁ ହିଁ ମୋଦି ଜି ଆସନ୍ତା ନିର୍ବାଚନରେ ୪୦୦ଟି ଆସନ ସହ ପୁଣି କ୍ଷମତାକୁ ଫେରିବେ।
ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଏହା ହେଉଛି ଦୁର୍ନୀତିଗ୍ରସ୍ତ, ବଂଶବାଦୀ, ପରିବାରବାଦୀ ଏବଂ ତୁଷ୍ଟୀକରଣଙ୍କ ଏକ ମିଳିତ ମେଣ୍ଟ। ଆପଣ ଦେଖିବେ ଯେ ପରବର୍ତ୍ତୀ ସମୟରେ ମୋଦି ଜି ୪୦୦ ଆସନ ଅତିକ୍ରମ କରି ପୁଣି ଶାସନଗାଦି ବଜାୟ ରଖିବେ। ଏହାପୂର୍ବରୁ ସେ ତାଙ୍କର ଏକ ‘ଏକ୍ସ’ରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ନେଇ ଟାର୍ଗେଟ କରିଥିଲେ।

Share