Posted inଜାତୀୟ

‘୨୦୨୫ ସୁଦ୍ଧା ଭାଜପା ସଂରକ୍ଷଣ ଉଚ୍ଛେଦ କରିବ’: ରେବନ୍ଥ ରେଡ୍ଡୀଙ୍କ ବଡ଼ ଦାବି

ହାଇଦ୍ରାବାଦ,୨୫।୪: ମୁସଲମାନମାନଙ୍କ ପାଇଁ କୋଟାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ରାଜନୈତିକ ଵାକଯୁଦ୍ଧ ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଅଭିଯୋଗ କରିଛନ୍ତି ଯେ ଭାଜପା ନିକଟ ଭବିଷ୍ୟତରେ ଦଳିତ ସମ୍ପ୍ରଦାୟର ସଂରକ୍ଷଣକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ଯୋଜନା କରୁଛି।

ରେବନ୍ଥ ରେଡ୍ଡୀ ଦାବି କରିଛନ୍ତି ଯେ ଭାଜପା କ୍ଷମତାକୁ ଆସିଲେ ୨୦୨୫ ସୁଦ୍ଧା ସଂରକ୍ଷଣକୁ ଉଚ୍ଛେଦ କରିବ। କାରଣ ଏହି ସମୟରେ ଭାଜପାର ଆଦର୍ଶ ପରାମର୍ଶଦାତା ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଗଠନ (ଆରଏସଏସ) ର ଶତବାର୍ଷିକୀ ପୁର୍ଣ କରିବ।

ରେବନ୍ଥ ଗୁରୁବାର ଏକ ସାଧାରଣ ସଭାରେ କହିଛନ୍ତି, “୨୦୨୫ ସୁଦ୍ଧା, ଆରଏସଏସ ୧୦୦ ବର୍ଷ ପୂରଣ କରିବ। ସେମାନେ ୨୦୨୫ ସୁଦ୍ଧା ଏସସି, ଏସଟି, ଓବିସି ସଂରକ୍ଷଣକୁ ଉଚ୍ଛଦ କରିବାକୁ ଚେଷ୍ଟା କରୁଛନ୍ତି। ଅନେକ ଥର ଆରଏସଏସ ଏବଂ ଭାଜପା ନେତା ସଂରକ୍ଷଣ ବିଷୟରେ ମନ୍ତବ୍ୟ ଦେଇଛନ୍ତି।”

ସେ କହିଛନ୍ତି ଯେ ପଛୁଆ ବର୍ଗ ପାଇଁ ସଂରକ୍ଷଣ ପ୍ରସ୍ତାବ ଦେଇଥିବା ମଣ୍ଡଳ କମିଶନ ରିପୋର୍ଟର କାର୍ଯ୍ୟକାରିତାକୁ ଭାଜପା ପୂର୍ବରୁ ଅଟକାଇ ଦେଇଛି। ରେଡ୍ଡୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଭାଜପାର ‘ଅବକି ବାର ୪୦୦ ପ୍ୟାର’ ଲକ୍ଷ୍ୟ ହେଉଛି ଲୋକସଭା ନିର୍ବାଚନରେ ୪୦୦ ଟି ଆସନ ଜିତିବା, ଯାହା ସଂସଦରେ ଏସସି, ଏସଟି ଏବଂ ବିସି ସମ୍ପ୍ରଦାୟ ପାଇଁ କୋଟା ଉଛେଦ କରିବାକୁ ହେବ।

ସେ କହିଛନ୍ତି, “ସଂରକ୍ଷଣକୁ ହଟାଇବାକୁ ଚେଷ୍ଟା କରୁଥିବା ଭାଜପା ଖୁବ୍ କମ୍ ଲୋକ ସମର୍ଥନ କରୁଛନ୍ତି। ତେଣୁ ଏହି ଲୋକସଭା ନିର୍ବାଚନ ଏସସି, ଏସଟି, ବିସି ସଂରକ୍ଷଣ ଉପରେ ଏକ ଉପନିର୍ବାଚନ।”

ରେବନ୍ଥଙ୍କ ଏହି ବୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଧ୍ୟପ୍ରଦେଶରେ ଏକ ରାଲିରେ ଦେଇଥିବା ମନ୍ତବ୍ୟ ପରେ ସେ ସଂରକ୍ଷଣ ଉପରେ କଂଗ୍ରେସ ଦଳର ଆଭିମୁଖ୍ୟକୁ ପ୍ରକାଶ କରିଛନ୍ତି। ଏହାର ଜବାବରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ରେବନ୍ଥ ରେଡ୍ଡୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ତେଲେଙ୍ଗାନାର କଂଗ୍ରେସ ମୁଖ୍ୟମନ୍ତ୍ରୀ ମୁସଲମାନମାନଙ୍କ ପାଇଁ ସଂରକ୍ଷଣ ନିଶ୍ଚିତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri