Posted inଜାତୀୟ

ଶିବରାଜଙ୍କୁ ପୁଣି ଝଟକା ଦେବ ଭାଜପା ! ଜ୍ୟୋତିରାଦିତ୍ୟଙ୍କ ପତିଆରା ବୃଦ୍ଧି ପାଇଁ ଦିଲ୍ଲୀ ନିର୍ଦ୍ଦେଶକୁ ଅପେକ୍ଷା…

ଭୋପାଳ,୧୭।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବମ୍ପର ବିଜୟ ପରେ ଶିବରାଜ ସିଂ ଚୌହ୍ବାନଙ୍କୁ ଭାଜପା ସବୁଠାରୁ ବଡ ଝଟକା ଦେଇଛି। ଏଥର ଦଳ ଶିବରାଜଙ୍କ ସ୍ଥାନରେ ମୋହନ ଯାଦବଙ୍କୁ ସିଏମ କରିଛି। ଏବେ ରାଜ୍ୟରେ ଚର୍ଚ୍ଚା କରାଯାଉଛି ଶିବରାଜ ମୋହନ ଯାଦବଙ୍କ କ୍ୟାବିନେଟ ଗଠନ ନେଇ ମଧ୍ୟ ଚକିତ ହୋଇପାରନ୍ତି। ଶିବରାଜଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ ହୋଇଥିବା ନେତାମାନଙ୍କୁ ମୋହନ ଯାଦବଙ୍କ କ୍ୟାବିନେଟରୁ ବାଦ ଦିଆଯାଇପାରେ। ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେବାରେ ପାରଦର୍ଶୀ ଥିବା ଭାଜପା କ୍ୟାବିନେଟରେ ନୂତନ ଚେହେରାକୁ ସୁଯୋଗ ଦେଇପାରେ ବୋଲି ରାଜନୈତିକ ମହଲରେ କଳ୍ପନାଜଳ୍ପନା ଜାରି ରହିଛି।

ରବିବାର ସିଏମ ମୋହନ ଯାଦବ କ୍ୟାବିନେଟ ଗଠନ ପାଇଁ ଦିଲ୍ଲୀ ଯିବେ। ଦଳର ହାଇ କମାଣ୍ଡଙ୍କୁ ଭେଟିବା ପରେ କ୍ୟାବିନେଟ ବିସ୍ତାରରେ ଅନ୍ତର୍ଭୁକ୍ତ ହେବାକୁ ଥିବା ନେତାଙ୍କ ନାମ ଚୂଡାନ୍ତ ହେବାର ସମ୍ଭାବନା ରହିଛି। ସିଏମଙ୍କ ବ୍ୟତୀତ ଦଳର ରାଜ୍ୟ ସଭାପତି ତଥା ସଂଗଠନର ସାଧାରଣ ସମ୍ପାଦକଙ୍କୁ ମଧ୍ୟ ଦିଲ୍ଲୀ ଡକାଯାଇଛି। ଅନ୍ୟପକ୍ଷରେ ମୋହନ ଯାଦବଙ୍କ କ୍ୟାବିନେଟରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ପ୍ରାଧାନ୍ୟ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ତାଙ୍କ କ୍ୟାମ୍ପରୁ ଅନେକ ବିଧାୟକ କ୍ୟାବିନେଟରେ ସ୍ଥାନ ପାଇପାରନ୍ତି ।

ସିଏମ ପଦବୀକୁ ନେଇ ଭାଜପା ଯେଉଁଭଳି ଭାବରେ ଆଶ୍ଚର୍ଯ୍ୟ କରିଥିଲା, କ୍ୟାବିନେଟରେ ମଧ୍ୟ ଆଶ୍ଚର୍ଯ୍ୟଜନକ ନାମ ଥାଇପାରେ ବୋଲି ବିଶ୍ୱାସ କରାଯାଏ। ନୂଆ ପିଢ଼ିର ନେତାମାନଙ୍କୁ ଭାଜପା ସୁଯୋଗ ଦେଉଛି। ଏଭଳି ପରିସ୍ଥିତିରେ ବହୁ ବରିଷ୍ଠ ଦଳର ନେତାଙ୍କ କ୍ୟାବିନେଟରେ ସ୍ଥାନ ପାଇବା ସମ୍ଭାବନା କମ ରହିଛି। ଶିବରାଜ କ୍ୟାବିନେଟର ୧୨ ଜଣ ମନ୍ତ୍ରୀ ଏଥର ନିର୍ବାଚନରେ ହାରିଛନ୍ତି। ଏଭଳି ପରିସ୍ଥିତିରେ ଦଳ ନୂଆ ଚେହେରାକୁ ସୁଯୋଗ ଦେଇପାରେ। ସେହି ସମୟରେ, ଜାତି ଏବଂ ଆଞ୍ଚଳିକ ସନ୍ତୁଳନ ପାଇଁ କିଛି ପୁରୁଣା ଚେହେରାକୁ ପୁଣି ଏକ ସୁଯୋଗ ଦିଆଯାଇପାରେ । ତେବେ ଶିବରାଜଙ୍କ କ୍ୟାବିନେଟରେ ଅନ୍ତର୍ଭୁକ୍ତ ନେତାମାନଙ୍କୁ କ୍ୟାବିନେଟରେ ସ୍ଥାନ ଦିଆଯିବ ନାହିଁ ବୋଲି କଳ୍ପନାଜଳ୍ପନା ଚାଲିଛି।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବମ୍ପର ବିଜୟ ପରେ ଜ୍ୟୋତିରାଦିତ୍ୟଙ୍କ ନାମ ମଧ୍ୟ ସିଏମ ପଦବୀ ପାଇଁ ଦୌଡ଼ରେ ଥିଲା। ତାଙ୍କ କ୍ୟାମ୍ପର ଅନେକ ନେତା ନିର୍ବାଚନରେ ହାରିଛନ୍ତି। ତେବେ ତାଙ୍କ ପାଇଁ ତାଙ୍କ ଶିବିରର ନୂତନ ଚେହେରା ନିର୍ବାଚନରେ ବିଜୟୀ ହେବା ଏକ ନୂଆ ସୂଯୋଗ। ତାଙ୍କ ସମର୍ଥକଙ୍କୁ ଶାନ୍ତ କରିବା ପାଇଁ ମୋହନ ଯାଦବଙ୍କ କ୍ୟାବିନେଟରେ ତିନିରୁ ଚାରି ନେତାଙ୍କୁ ସ୍ଥାନ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ସିନ୍ଧିଆଙ୍କ କ୍ୟାମ୍ପରୁ ତୁଲସୀ ସିଲାଭାଟ, ଗୋବିନ୍ଦ ସିଂ ରାଜପୁତ ଏବଂ ପ୍ରଭୁରାମ ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇପାରେ।

ଲୋକସଭା ନିର୍ବାଚନ ପୂର୍ବରୁ ନିଗମ ଏବଂ ବୋର୍ଡରେ ମଧ୍ୟ ନିଯୁକ୍ତି ଦିଆଯିବ ବୋଲି କଳ୍ପନାଜଳ୍ପନା ଚାଲିଛି। ନିଗମ ଏବଂ ବୋର୍ଡରେ ସ୍ଥାନ ଦେଇ ସିନ୍ଧିଆ ଶିବିରର ନେତାମାନଙ୍କୁ ବୁଝାଇବାକୁ ଚେଷ୍ଟା କରାଯିବ। ଏଥି ସହିତ, ଅନ୍ୟ ଗୋଷ୍ଠୀର ନେତାମାନଙ୍କୁ ମଧ୍ୟ ହାତେଇବାକୁ ଉଦ୍ୟମ ମଧ୍ୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri