ଓଡ଼ିଶାରେ ଫୁଟିଲା ପଦ୍ମ! ମୁଖ୍ୟମନ୍ତ୍ରୀ, ରେସ୍‌ରେ ଏହି ନେତା…

ଭୁବନେଶ୍ୱର,୪।୬: ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ରେ ଭାଜପା ସଂଖ୍ୟା ଗରିଷ୍ଠତା ହାସଲ କରିଛି। ମ୍ୟାଜିକ ନମ୍ବର ୭୫ ଛୁଇଁବା ଦଳ ୮୦ ଛୁଇଁଛି। ଏହି କ୍ରମରେ ବିଜେଡି ୫୫ ଭୋଟ ପାଇଛି। ନବୀନ ପଟ୍ଟନାୟକଙ୍କ ଦଳ ଅତି ଶୋଚନୀୟ ଭାବେ ପରାସ୍ତ ହୋଇଛି। ତେବେ ପ୍ରାୟ ୨୫ ବର୍ଷ ଅର୍ଥାତ୍‌ ୫ ଦଶନ୍ଧିର ବ୍ୟବଧାନରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ହେବାକୁ ଯାଉଛି। ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଭାଜପାର ମୁଖ୍ୟମନ୍ତ୍ରୀଙ୍କ ଚେହେରା କିଏ? ସିଏମ ଦୌଡ଼ରେ ଅନେକ ନେତାଙ୍କ ନାମ ସାମ୍ନାକୁ ଆସୁଥିବାବେଳେ କିଛି ନେତା ଅଗ୍ରଣୀ ଭାବରେ ଅଛନ୍ତି। ସେମାନେ ହେଲେ…

ଓଡିଶାରେ ୧୪୭ରୁ ୭୫ ବିଧାନସଭା ଆସନ ଜିତି ଭାଜପା ଓଡ଼ିଶା ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ବହୁମତ ମିଳିବା ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା କିଏ? ଏହି ମଧ୍ୟରେ ଜଣେ ବଡ଼ କେନ୍ଦ୍ରମନ୍ତ୍ରୀଙ୍କ ନାମ ଆଗରେ ରହିଛି। ସେ ହଲେ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମ ଓଡ଼ିଶା ଅର୍ଥାତ୍‌ ସମ୍ବଲପୁର ନିର୍ବାଚନମଣ୍ଡଳୀର ଲୋକ ସଭା ପ୍ରାର୍ଥୀ ଭାବେ ମଇଦାନରେ ଓହ୍ଲାଇଥିଲେ। ତାଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ବଡ଼ ନେତା ପ୍ରଣବ ପ୍ରକାଶ ଦାସ। ତେବେ ଧର୍ମେନ୍ଦ୍ର ସମ୍ବଲପୁରରୁ ବଡ଼ ବିଜୟ ହାସଲ କରିଥିବାବେଳେ ତାଙ୍କୁ ଭାଜପା ପଶ୍ଚିମ ଓଡ଼ିଶାର ଚେହେରା ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇପାରେ।

ସେହିପରି ମୁଖ୍ୟମନ୍ତ୍ରୀ ରେସ୍‌ରେ ଦ୍ୱିତୀୟ ବଡ଼ ଚେହେରା ହେଉଛନ୍ତି ସମ୍ବିତ ପାତ୍ର। ସେ ପୁରୀ ଲୋକ ସଭା ଆସନରୁ ଲଢି ବିଜୟୀ ହୋଇଛନ୍ତି। ତେବେ ସମ୍ବିତ ଓଡିଶାର ସବୁଠାରୁ
ଲୋକପ୍ରିୟ ନେତା ଭାବେ ଭାଜପା ତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଅଫର କରିପାରେ।

୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଓଡିଶାର ରାଜ୍ୟ ସଭାପତିଙ୍କୁ ବଦଳାଇ ଦେଇଥିଲା। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା। ସମୀର ମହାନ୍ତିଙ୍କ ସ୍ଥାନ ନେଇଛନ୍ତି ସାମଲ। ତେବେ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ସେ ମଧ୍ୟ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ଦୌଡ଼ରେ ଭାଜପା ନେତା ଜୟ ନାରାୟଣ ମିଶ୍ରଙ୍କର ମଧ୍ୟ ନାମ ରହିଛି। ଜୟ ନାରାୟଣ ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଅଟନ୍ତି। ସେ ୨୦ ଜୁଲାଇ ୨୦୨୨ରୁ ଓଡିଶା ବିଧାନସଭାର ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରୁଛନ୍ତି।

ଭାଜପା ଓଡିଶାର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅପରାଜିତା ଷଡଙ୍ଗୀଙ୍କ ନାମ ମଧ୍ୟ ରହିଛି। ଅପରଜିତା ହେଉଛନ୍ତି ଭୁବନେଶ୍ୱରର ବର୍ତ୍ତମାନର ଏମପି। ସେ ୧୯୯୪ ବ୍ୟାଚ ଓଡିଶା କ୍ୟାଡରର ପୂର୍ବତନ IAS। ତେବେ ସେ ଆଇଏଏସ ପଦରୁ ଭିଆରଏସ ନେଇ ରାଜନୀତିରେ ପାଦ ଥାପିଥିଲେ। ଭାଜପାରେ ଯୋଗଦେଇ ସେ ଭୁବନେଶ୍ୱରରୁ ଏମପି ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ। ଚଳିତ ବର୍ଷ ମଧ୍ୟ ସେ ଭୁବନେଶ୍ୱର ଏମପି ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି।

ତେବେ ଏହି ରେସ୍‌ରେ ସବୁଠାରୁ ବଡ଼ ଯୁବ ଚେହେରା ହେଲେ ସୂର୍ଯ୍ୟବଂଶୀ ସୁରଜ। ସେ ଭଦ୍ରକର ଧାମନଗର ବିଧାନସଭାମଣ୍ଡଳୀରୁ ବିଧାୟକ ଅଛନ୍ତି। ତେବେ ତାଙ୍କୁ ମଧ୍ୟ ଭାଜପା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ହେଲେ ସେ ସବୁଠାରୁ କମ୍‌ ବୟସର ମୁଖ୍ୟମନ୍ତ୍ରୀ ଭାବେ ଓଡିଶା ଇତିହାସରେ ରେକର୍ଡ ସୃଷ୍ଟି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri