Categories: ଜାତୀୟ

ଏକ ଭାଇରାଲ ଭିଡିଓ ଦ୍ୱାରା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଜିତିଥିଲା ଭାଜପା, ଏନଡିଏ ସାଂସଦଙ୍କୁ ଏପରି କହିଲେ ମୋଦି

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ପଶ୍ଚିମ ୟୁପି, ବ୍ରିଜ ଏବଂ କାନପୁର-ବୁନ୍ଦେଲଖଣ୍ଡ ଅଞ୍ଚଳର ୪୫ ଏନଡିଏ ସାଂସଦଙ୍କ ସହ ବୈଠକ କରିଛନ୍ତି। ବୈଠକରେ ମୋଦି ସମସ୍ତ ସାଂସଦଙ୍କୁ ସିଧାସଳଖ ଭାବେ ଜନତାଙ୍କ ସହ ଯୋଡି ହେବାକୁ ପରାମର୍ଶ ଦେଇଛନ୍ତି। ତେବେ ଏହାରି ଭିତରେ ମୋଦି ଏକ ଭାଇରାଲ ଭିଡିଓ କଥା ଉଠାଇଛନ୍ତି। ଭିଡିଓ ଯୋଗୁ ଏନଡିଏ ଉତ୍ତରାଖଣ୍ଡ ନିର୍ବାଚନ ଜିତିଥିଲା ବୋଲି ମୋଦି କହିଛନ୍ତି।

ସୂଚନାଯୋଗ୍ୟ, ମୋଦି ସେହି ସମୟରେ ଭାଇରାଲ ହୋଇଥିବା ଭିଡିଓ ସଂପର୍କରେ ଉଲ୍ଲେଖ କରିଛନ୍ତି। ଭିଡିଓରେ ଜଣେ ବୃଦ୍ଧ ମହିଳା କିଛି କହୁଥିବାର ଦେଖାଯାଇଛି। ମହିଳା ଜଣକ କହିଥିଲେ, ମୋ ନିଜ ପୁଅ ମୋର ଯତ୍ନ ନେଉ ନାହିଁ, କିନ୍ତୁ ମୋର ଦିଲ୍ଲୀରେ ଗୋଟିଏ ପୁଅ ଅଛି ଯିଏ ମୋର ଯତ୍ନ ନେଉଛି। ତେବେ ଏହି ଭିଡିଓ ବିଷୟରେ କହି ମୋଦୀ କହିଛନ୍ତି, ଉତ୍ତରାଖଣ୍ଡ ବିଧାନସଭା ର୍ନିବାଚନରେ ଜିତିବାରେ ଏହି ଭିଡିଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

Share