ନୂଆଦିଲ୍ଲୀ,୧୬।୧: ଦିଲ୍ଲୀରେ ଭାଜପାର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ସୋମବାର ଆରମ୍ଭ ହୋଇଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ବୈଠକରେ ନଡ୍ଡା ଆଗାମୀ ନିର୍ବାଚନକୁ ନେଇ ଆଲୋଚନା କରିଥିଲେ। ଭାଜପା ନେତା ରବି ଶଙ୍କର ପ୍ରସାଦ କହିଛନ୍ତି,ରାଷ୍ଟ୍ରୀୟ ଅଧ୍ୟକ୍ଷ ସମସ୍ତଙ୍କୁ ଆହ୍ବାନ କରି କହିଛନ୍ତି ଯେ, ଆମ ପାଇଁ ୨୦୨୩ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଦଳକୁ ଏହି ୯ଟି ରାଜ୍ୟରେ ନିର୍ବାଚନ ଜିତିବାକୁ ପଡିବ।