Categories: ଜାତୀୟ

ମୋଦିଙ୍କ ଜନ୍ମଦିନରେ କଟାଗଲା ୭୧ କେଜିର ଲଡୁ

ବାରାଣସୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କ ୭୧ତମ ଜନ୍ମଦିନ ଉପଲକ୍ଷେ ଭାରତୀୟ ଜନତା ପାର୍ଟି(ଭାଜପା)ର କର୍ମୀମାନେ ଦୀପ ଜଳାଇବା ସହ ୭୧ କିଲୋଗ୍ରାମର ଏକ ଲଡୁକୁ କାଟିଛନ୍ତି । ଏହା ମୋଦିଙ୍କ ନିର୍ବାଚନମଣ୍ଡଳୀ ଉତ୍ତର ପ୍ରଦେଶର ବାରାଣସୀରେ କଟାଯାଇଛି । ଏହି ଅମସରରେ ‘କାଶୀ ସଂକଳ୍ପ’ ନାମକ ଏକ ପୁସ୍ତକ ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭାଜପା ଏମ୍‌ପି ରୂପା ଗାଙ୍ଗୁଲି ଓ କାଶୀ ହିନ୍ଦୁ ୟୁନିଭର୍ସିଟିର ପୂର୍ବତନ ଭାଇସ୍ ଚାନସେଲର ଜିସି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଇନ୍ଦୋରରେ ଦୃଷ୍ଟିହୀନ ପିଲାମାନଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଜପା ନେତା କୈଳାଶ ବିଜୟର୍ଗିୟ ଯୋଗ ଦେଇ ମୋଦିଙ୍କ ୭୧ ତମ ଜନ୍ମଦିନ ପାଳନ କରିଛନ୍ତି ।

Share