Categories: ଜାତୀୟ

ଆମେଠିରେ ‘ରାହୁଲ ଗୋ-ବ୍ୟାକ୍‌’ ନାରା

ନୂଆଦିଲ୍ଲୀ,୨୦।୨: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ସୋମବାର ଉତ୍ତରପ୍ରଦେଶର ଆମେଠିରେ ପହଞ୍ଚିଛି। ଆମେଠିରେ ଗାନ୍ଧୀ ଚୌକରେ ପହଞ୍ଚିବା ପରେ ଭାଜପା କର୍ମୀମାନେ ଏହାକୁ ବିରୋଧ କରି ‘ରାହୁଲ ଗୋ-ବ୍ୟାକ୍‌’ ସ୍ଲୋଗାନ ଦେଇଥିଲେ। ‘ଜୟ ଶ୍ରୀ ରାମ’ର ପତାକା ଧରି ଆସିଥିବା ଭାରତୀୟ ଜନତା ଯୁବ ମୋର୍ଚ୍ଚା କର୍ମୀମାନେ ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ତେବେ ଛକଠାରୁ ପ୍ରାୟ ୩୦ ମିଟର ଦୂରରେ ପୋଲିସ ଭାଜପା କର୍ମଚାରୀଙ୍କୁ ଅଟକାଇଥିଲା। ଏହାସତ୍ତ୍ୱେ ରାହୁଲ ତାଙ୍କ ଯାତ୍ରାକୁ ଆଗକୁ ନେଇଥିଲେ। ରାହୁଲଙ୍କୁ ସ୍ବାଗତ ପାଇଁ ହଜାର ହଜାର କଂଗ୍ରେସ କର୍ମୀ ଆସିଥିଲେ।

Share