ବିଜେଡିରେ ସାମିଲ ହେଲେ ଭାଜପା କର୍ମୀ

କେସିଙ୍ଗା,୧୫.୬(ତୁମେଶ୍ୱର ସାହୁ): ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବ୍ଲକର କେନ୍ଦୁପାଟୀ, ବୋର୍ଡା, ଗୁର୍ଜୁଙ୍ଗ ପଞ୍ଚାୟତକୁ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଏବଂ କଳାହାଣ୍ଡି ବିଜେଡି ଜିଲା ସଭାନେତ୍ରୀ ଲଳିତା ନାଏକ ଗସ୍ତ କରି ପଞ୍ଚାୟତ ବାସୀଙ୍କୁ ଏକତ୍ରିତ କରି ଅଞ୍ଚଳର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେରେ ଉକ୍ତ ଗ୍ରାମ ପଞ୍ଚାୟତର ଭାଜପା କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶକୁରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ସଙ୍ଗଠନ କିପରି ଆହୁରି ସୁଦୃଢ ହେବ ଏ ସମ୍ପର୍କରେ ସ୍ଥାନୀୟ କର୍ମୀମାନଙ୍କ ସହିତ ବିସ୍କୃତଭାବେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଆଲୋଚନା କରିଛନ୍ତି । କେନ୍ଦୁପାଟୀ ପଞ୍ଚାୟତର ଆଦିବାସୀ ନେତା ଖଗେଶ୍ୱର ମାଝୀ ଓ ବୋର୍ଡ ପଞ୍ଚାୟତର ଜିତେନ୍ଦ୍ର ବଗର୍ତ୍ତି, ଅଜିତ ଗହୀର, ହିମାଂଶୁ ନାଗ, ଜଗଜୀବନ ଗହୀର, ନଳିନୀ ବେମାଲ, ଜୟକୃଷ୍ଣ ବଗର୍ତ୍ତି, ଗୋପ ନାଗ, ଶକ୍ତି ବଗର୍ତ୍ତି, ଗଣେଷ ବଗର୍ତ୍ତି, ବିଷ୍ଣୁ ବଗର୍ତ୍ତି ଭାଜପା କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ସଭାରେ ବିଜେଡିରେ ସାମିଲ ହୋଇଛନ୍ତି l ଏହି ସଭାରେ ବ୍ଲକ ସଭାପତି ସୁରେନ୍ଦ୍ର ପ୍ରଧାନ, ପୂର୍ବତନ ବ୍ଲକ ସଭାପତି ପ୍ରଦୀପ ଭୋଇ, ସଦର ବ୍ଲକ ଯୁବ ସଭାପତି ସୁଶୀଲ କୁମାର ସାହୁ, କେନ୍ଦୁପାଟୀ ସରପଞ୍ଚ, ପୂର୍ବତନ ସରପଞ୍ଚ, ଗୁର୍ଜୁଙ୍ଗ ନାଏବ ସରପଞ୍ଚ, ୱାର୍ଡ ସଭ୍ୟ ସଭ୍ୟା, କେନ୍ଦୁପାଟୀ ପଞ୍ଚାୟତ ସଭାପତି ନାଗେଶ୍ୱର ବାଗ, ବୋର୍ଡ ପଞ୍ଚାୟତ ସଭାପତି ସୁଲ ବାଗ, ଗୁର୍ଜୁଙ୍ଗ ପଞ୍ଚାୟତ ସଭାପତି ନରେଶ ହରିଜନ ପ୍ରମୁଖ ଶତାଧିକ କର୍ମୀମାନେ ଉପସ୍ଥିତ ରହିଥିଲେ l