Categories: ଜାତୀୟ

କେନ୍ଦ୍ରମନ୍ତ୍ରୀଙ୍କୁ ତାଲା ପକାଇଲେ ଭାଜପା କର୍ମୀ

ବାଙ୍କୁଡ଼ା,୧୩।୯: ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲା ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ସୁଭାଷ ସର୍କାର ମଙ୍ଗଳବାର ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଯୋଗଦେଇଥିଲେ। ତେବେ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରୁଥିବା, ଜିଲା ୟୁନିଟକୁ ନିଜ ଇଚ୍ଛାରେ ଚଲାଉଥିବା ଅଭିଯୋଗ କରି ଭାଜପା କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ପାର୍ଟି ଅଫିସରେ ତାଲା ପକାଇ ଦେଇଥିଲେ। ବିକ୍ଷୋଭକାରୀ ମୋହିତ ଶର୍ମା ଅଭିଯୋଗ କରିଛନ୍ତି, ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମନ୍ତ୍ରୀ ଗୁରୁତ୍ୱ ଦେଉନାହାନ୍ତି। ସେହିପରି ତାଙ୍କ ଅପାରଗତା ଯୋଗୁ ଦଳ ବାଙ୍କୁଡ଼ା ଜିଲା ପୌର ନିର୍ବାଚନରେ ଗୋଟିଏ ମଧ୍ୟ ଆସନରେ ବିଜୟୀ ହୋଇପାର ନ ଥିଲା ବୋଲି କିଛି କାର୍ଯ୍ୟକର୍ତ୍ତା ଅଭିଯୋଗ କରିଥିଲେ।

Share