Categories: ଜାତୀୟ

ଝାଡ଼ଖଣ୍ଡ ବିଧାନସଭାରେ ନମାଜ ପାଠ ପାଇଁ କୋଠରୀ ଯୋଗାଇ ଦେବାକୁ ନେଇ ଭାଜପାର ବିରୋଧ ପ୍ରଦର୍ଶନ

ରାଞ୍ଚି,୯ ।୯: ଝାଡ଼ଖଣ୍ଡ ବିଧାନସଭାରେ ନମାଜ ପାଠ କରିବାକୁ କୋଠରୀ ଯୋଗାଇ ଦେବାକୁ ବିରୋଧ କରି ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ର ଶହ ଶହ କର୍ମୀ ବିଧାନସଭା ଘେରାଉ ପାଇଁ ପହଞ୍ଚିଥିଲେ । ଏହି ସମୟରେ ସେଠାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଜଣେ କର୍ମୀ ପହଞ୍ଚି ହେମନ୍ତ ସରକାରଙ୍କ ଜୟଗାନ କରିଥିଲେ । ଏହାସହ ଭାଜପା ଲୋକଙ୍କୁ କଳା ପତାକା ବି ଦେଖାଇଥିଲେ । ଏହାରି ଭିତରେ ଭାଜପା କର୍ମୀମାନେ ଉକ୍ତ ବ୍ୟକ୍ତିଙ୍କୁ ମାଡପିଟ କରିଥିବା ଦେଖାଯାଇଥିଲା । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମୀ ଗଣମାଧ୍ୟମକୁ କହିଛନ୍ତି ସେ ଧନବାଦରୁ ଆସିଛନ୍ତି । ଭାଜପା ବେକାରୀ, ବର୍ଦ୍ଧିତ ଦରଦାମ ଭଳି ଗୁରୁତ୍ୱପୂର୍ଣ୍ଣ କଥାକୁ ଛାଡି ଫାଲତୁ କଥାକୁ ନେଇ ଧାରଣା ଦେଉଛି । ଏହି ମାରପିଟକୁ ନେଇ ସେ ହେମନ୍ତ ସରକାରଙ୍କ ଆଗରେ ଗୁହାରି କରିବେ ବୋଲି କହିଛନ୍ତି । ଏହାକୁ ନେଇ ସେଠାରେ ଉପସ୍ଥିତ ଥିବା ଏଡିଏମ୍ ଦିପକ କୁମାର ଦୁବେ କହିଛନ୍ତି ଯିଏବି ଆଇନକୁ ହାତକୁ ନେଇଛି ତାଙ୍କୁ ଉଚିତ୍ ଦଣ୍ଡ ଦିଆଯିବ ।

Share