Categories: ଜାତୀୟ

ରାହୁଲ ଗାନ୍ଧୀ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବା ପରେ ରାସ୍ତାରେ ଭାଜପା ଛିଞ୍ଚିଲା ଗଙ୍ଗାପାଣି

ନୂଆଦିଲ୍ଲୀ, ୧୬ ।୯: କଂଗ୍ରେସ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବା ପରେ କଟଡାର ମୁଖ୍ୟସ୍ଥାନରେ ଭାରତୀୟ ଜନତା ପାର୍ଟି(ଭାଜପା) ଗଙ୍ଗାଜଳ ଛିଞ୍ଚିଥିବା କୁହାଯାଉଛି । ବୁଧବାର ଏକ ଖବରଦାତା ସମ୍ମିଳନୀରେ କେତେଜଣ ବରିଷ୍ଠ ନେତା ଯୋଗଦେଇ ଭାଜପା କ୍ଷମାମାଗୁ ବୋଲି ଦାବି କରିଛନ୍ତି । ଦଳୀୟ ନେତାମାନେ କହିଛନ୍ତି ରାହୁଲ କେବଳ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ କରିବାକୁ ଯାଇଥିଲେ । ଏହାର କୌଣସି ସମ୍ପର୍କ ରାଜନୀତି ସହ ନାହିଁ ।  ଏବେ ଭାଜପା ଭଲ ରାଜନୀତି କରୁଛି ବୋଲି ଆଲୋଚନା ହେଉଛି ।

Share