Categories: ଜାତୀୟ

ପ୍ରଚାର ବେଳେ ପ୍ରିୟଙ୍କାଙ୍କ କାର୍‌କୁ ଘେରିଲେ ଭାଜପା କର୍ମୀ

ନୂଆଦିଲ୍ଲୀ,୬।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ୪ ଦିନ ବାକି ଥିବା ବେଳେ ଶାସକ ଭାଜପା ସହ ବିରୋଧୀ ସମାଜବାଦୀ ପାର୍ଟି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର ଜାରି ରହିଛି। ଅଲିଗଡ଼ଠାରେ ପ୍ରଚାର ବେଳେ କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଜପା କର୍ମୀଙ୍କ ଏକ ଗୋଷ୍ଠୀ ସହ ମୁହଁାମୁହିଁ ହୋଇଥିଲେ। ପ୍ରିୟଙ୍କାଙ୍କ ଗାଡ଼ି ଚାରି ଆଡ଼ୁ ଘେରି ରଖିଥିବା ଭାଜପା କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ଏହି ଘଟଣା ଭିଡିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ କାରକୁ ଚାରି ଆଡ଼ୁ ଘେରି ରଖିଥିବା ଭାଜପା କର୍ମୀମାନେ ମୋଦି ଓ ଯୋଗୀଙ୍କ ସପକ୍ଷରେ ସ୍ଲୋଗାନ ଦେଉଥିବା ବେଳେ ପ୍ରିୟଙ୍କା ସେମାନଙ୍କୁ କଂଗ୍ରେସର ଯୁବ ମେନିଫେଷ୍ଟୋ ‘ଭାରତି ବିଧାନ’ ବାଣ୍ଟୁ ଥିବା ଦେଖିବାକୁ ମିଳୁଛି। ଭାଜପା କର୍ମୀଙ୍କୁ ମେନିଫେଷ୍ଟୋ ପଢ଼ିବାକୁ କହିଥିଲେ ପ୍ରିୟଙ୍କା।

Share