ଜିଲାପାଳଙ୍କ ଅଫିସ ଘେରିଲେ ଭାଜପା କର୍ମୀ

କେନ୍ଦୁଝର,୧୫ା୨(ସ୍ବ.ପ୍ର.): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ମୁକାବିଲା କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ବୁଧବାର ଭାଜପା ପକ୍ଷରୁ ବିଧାୟକ ମୋହନ ମାଝିଙ୍କ ନେତୃତ୍ୱରେ ଏକ ରାଲି ବାହାରି ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଏହି ଅବସରରେ କର୍ମୀମାନେ ଧସେଇ ହୋଇ ଜିଲାପାଳଙ୍କ ଅଫିସ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିବାରୁ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲେ। କର୍ମୀମାନେ ପୋଲିସ ଉପରକୁ ଟମାଟୋ ମାଡ଼ କରିଥିବା ଜଣାପଡ଼ିଛି। ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା। ପୂର୍ବତନ ସଭାପତି ରାଧାକାନ୍ତ ମହାନ୍ତ, କିରଣ ବାଳା ନାୟକ, ସୁବ୍ରତ ମହାନ୍ତି, ପ୍ରକାଶ ସୂତ୍ରଧାର, ଜଳାଲୁଦ୍ଦିନ ଆକବର, ହେମାରଞ୍ଜନ ବାରିକଙ୍କ ସମେତ ବହୁ ନେତା ଓ ନେତ୍ରୀ ସାମିଲ ହୋଇଥିଲେ।