Categories: ଜାତୀୟ

ଇଭିଏମ୍‌ରେ ପଦ୍ମଫୁଲ ତଳେ ଭାଜପା ଲେଖାଯାଇଥିବା ଅଭିଯୋଗ ଆଣିଲା ବିରୋଧି

ନୂଆଦିଲ୍ଲୀ,୨୮।୪: ଇଭିଏମ୍‌ରେ ଭାରତୀୟ ଜନତା ପାର୍ଟି ଚିହ୍ନ ପଦ୍ମତଳେ ଭାଜପା ଲେଖାଯାଇଥିବା ଅଭିଯୋଗ ଆଣିଥିଲେ ବିରୋଧି। ଯାହାର ଏବେ ଜବାବ ରଖିଛନ୍ତି ନିର୍ବାଚନ କମିଶନ। ସେ କହିଛନ୍ତି ଇଭିଏମ୍‌ ୨୦୧୩ରେ ଅପ୍‌ଡେଟ୍‌ ହୋଇଥିବା ବେଳେ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ତେଣୁ ଏହା ସେବେଠାରୁ ରହିଛି। ହେଲେ ଏହାକୁ ନେଇ କଂଗ୍ରେସ, ତ୍ରୁଣମୂଳ କଂଗ୍ରେସ ଓ ଅନ୍ୟ ନେତାମାନେ ଦାବି କରିଛନ୍ତି କି ଇଭିଏମ୍‌ ବଦଳା ଯାଉ ନଚେତ୍‌ ସବୁ ଚିହ୍ନ ତଳେ ଦଳର ନାମ ଉଲ୍ଲେଖ କରାଯାଉ। ସୂଚନାଯୋଗ୍ୟ, ଶନିବାର କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂଗଭି, ଅହମ୍ମଦ ପଟେଲ, ଟିଏମ୍‌ସି ନେତା ଦିନେଶ ତ୍ରିବେଦୀ ଆଦିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଶନିବାର ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଏହି ଅଭିଯୋଗ ଆଣିଥିଲେ।

Share