Categories: ଜାତୀୟ

ହାଥରସରେ ଭାଜପା ନେତାଙ୍କୁ ହତ୍ୟା

ହାଥରସ,୨୧।୨: ଭାରତୀୟ ଜନତା ପାର୍ଟି ଯୁବା ମୋର୍ଚ୍ଚାର ହାଥରସ ଜିଲାର ସାଧାରଣ ସମ୍ପାଦକ କ୍ରିଷ୍ଣା ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏଭଳି ଘଟଣା ରବିବାର ଘଟିଛି ଉତ୍ତରପ୍ରଦେଶର ହାଥରସ ଅଞ୍ଚଳରେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିସ୍ତଲ ଓ ଏକ ଖାଲି କାଟ୍ରିଜ ଜବତ କରିଛି।

“କ୍ରିଷ୍ଣାଙ୍କୁ ଗୁଳି କରାଯାଇଥିବା ଖବର ମିଳିଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ରକ୍ତ ଜୁଡୁବୁଡୁ ମୃତଦେହ ଓ ଏକ ପିସ୍ତଲ ମିଳିଥିଲା। ତାଙ୍କୁ ଅଲିଗଡ଼ ସ୍ଥିତ ଟ୍ରମା ସେଣ୍ଟର ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତଦନ୍ତ ଜାରି ରହିଛି” ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share