ଭୁବନେଶ୍ୱର,୧୩।୯(ବ୍ୟୁରୋ): ମଙ୍ଗଳବାରଠୁ ପୁରୀରେ ରାଜ୍ୟ ଭାଜପାର ୩ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଭାଜପା ପ୍ରଭାରୀ ସୁନୀଲ ବଂଶଲ, ଭାଜପା ଜାତୀୟ ସଂଗଠନ ସମ୍ପାଦକ ବି.ଏଲ୍ ସନ୍ତୋଷଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗ ଦେବେ ବୋଲି ଜଣାପଡିଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ଚଳାଇଛି ଭାଜପା। ଏହାପୂର୍ବରୁ ଭାଜପା ପ୍ରଭାରୀ ସୁନୀଲ ବଂଶଲ ବିଧାୟକ, ଏମ୍ପି ଏବଂ ଦଳର ବିଭିନ୍ନ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅନ୍ୟପଟେ, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୯ରେ ଓଡ଼ିଶା ଆସିବେ। ସେଥିପାଇଁ ଦଳର ଏହି ପ୍ରଶିକ୍ଷଣ ଶିବିରକୁ ଦଳୀୟ ମହଲରେ ବେଶ ଗୁରୁତ୍ୱ ଦିଆଯାଉଛି ।