Categories: ଜାତୀୟ

ପଶ୍ଚିମବଙ୍ଗ ଜୟ ମିଶନରେ ଭାଜପାର ୪୦ ଷ୍ଟାର୍‌ ପ୍ରଚାରକ

କୋଲକାତା,୧୦।୩: ପଶ୍ଚିମବଙ୍ଗ ଜୟ ମିଶନରେ ଭାଜପା ପକ୍ଷରୁ ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଜେ.ପି.ନଡ୍ଡା, ରାଜନାଥ ସିଂ, ଅମିତ ଶାହା, ନୀତିନ ଗଡ଼କରୀ, ଅର୍ଜୁନ ମୁଣ୍ଡା, ଧମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନି ଆଦିଙ୍କ ନାମ ରହିଛି। ତାଲିକାରେ ନୂଆ ହୋଇ ଦଳରେ ଯୋଗ ଦେଇଥିବା ମିଥୁନ ଚକ୍ରବର୍ତ୍ତୀଙ୍କ ନାମ ମଧ୍ୟ ରହିଛି। ଷ୍ଟାର ପ୍ରଚାରକଙ୍କ ନାମ ତାଲିକା ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଛି। ତାଲିକାରେ ୬ ଜଣ ମହିଳା ଏବଂ ୩୪ ଜଣ ପୁରୁଷ ପ୍ରଚାରକଙ୍କୁ ସାମିଲ କରାଯାଇଛି।

Share