ଭାଜପାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ: ଏଥର ନାହିଁ ଓଡ଼ିଶା ନାଁ

ଭୁବନେଶ୍ୱର,୨୨।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ହେଲେ ଏଥର ମଧ୍ୟ ତାଲିକାରେ ଓଡ଼ିଶାର କାହାର ନାଁ ନାହିଁ।  ତାଲିକାରେ କେବଳ ତାମିଲନାଡୁ ଓ ପୁଡୁଚେରୀର ପ୍ରାର୍ଥୀଙ୍କ ନାମ ସାମିଲ ରହିଛି। ଏପ୍ରିଲ ୧୯ରେ ପୁଡୁଚେରୀ ଓ ତାମିଲନାଡୁରେ ଭୋଟ ଗ୍ରହଣ ହେବ ।
ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ମଧ୍ୟ ରାଜ୍ୟରେ ବିଜେଡି-ଭାଜପା ମେଣ୍ଟକୁ ନେଇ ଦ୍ୱନ୍ଦ ଲାଗି ରହିଛି। ଉଭୟ ଦଳ ମେଣ୍ଟକୁ ନେଇ ସ୍ପଷ୍ଟତା ପ୍ରକାଶ କରୁ ନ ନାହାନ୍ତି। ଫଳରେ ମେଣ୍ଟକୁ ନେଇ ନାନା ପ୍ରକାର କଥା ଆଲୋଚନା ହେଉଛି। ମେଣ୍ଟ ଭବିଷ୍ୟତ ଏବେ ଦିଲ୍ଲୀରେ ଅଟକି ରହିଛି।  ଚତୁର୍ଥ ପର୍ଯ୍ୟାୟରେ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରି ନାହିଁ । ଯାହାକୁ ନେଇ ମେଣ୍ଟ ଚର୍ଚ୍ଚା ପୁଣି ବଢ଼ିଛି।
Share