Categories: ଜାତୀୟ

ଧ୍ୟାନ ହଟାଇବାକୁ ଭାଜପାର ଚକ୍ରାନ୍ତ: ଗେହଲଟ୍‌

ନୂଆଦିଲ୍ଲୀ, ୪ା୫: ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି। ବେକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିପର୍ଯ୍ୟସ୍ତ ଅର୍ଥନୀତିକୁ ସଳଖାଇବାରେ କେନ୍ଦ୍ର ସରକାର ବିଫଳ ହୋଇଥିବାବେଳେ ଭାଜପା ସେଥିରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ ଉଦ୍ୟମ କରୁଛି। ରାଜସ୍ଥାନର ଯୋଧପୁରରେ ଘଟିଥିବା ସଦ୍ୟ ସାମ୍ପ୍ରଦାୟିକ ହିଂସା ଏହାର ପରିଣାମ ବୋଲି କେନ୍ଦ୍ର ଉପରେ ମଙ୍ଗଳବାର ଦୋଷ ଲଦିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌।

Share