ଭାଜପାର ସମର୍ପଣ ଦିବସ: ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ମନେପକାଇ…

ରାଇକିଆ,୧୨।୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପା ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥିକୁ ସମର୍ପଣ ଦିବସ ଭାବେ ପାଳନ କରାଯାଇଛି । ମଣ୍ଡଳ ସଭାପତି ସନ୍ତୋଷ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଭାଜପା ଜଲା ସଭାପତି ଜଗନ୍ନାଥସାହୁ ଯୋଗଦେଇ ବ୍ୟକ୍ତିଠାରୁ ସମାଜ ଏବଂ ସମାଜଠାରୁ ଉତ୍ତମ ରାଷ୍ଟ୍ର ଗଠନର ଦିଗ୍‌ଦର୍ଶନ ଦେଇଥିବା ଏକାତ୍ମ ମାନବ ଦର୍ଶନର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଜନ ସଂଘଠାରୁ ଆରମ୍ଭ କରି ଭାଜପା ଗଠନ ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସଂଘର୍ଷ ଓ ଅବଦାନ ସମ୍ପର୍କରେ କହିବା ସହ ନିଃସ୍ବାର୍ଥ ପର ଭାବେ କାମ କରିଲେ ନିଜକୁ ମଧ୍ୟ ଆତ୍ମ ସନ୍ତୋଷ ମିଳି ପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଏମ୍‌ପି ପ୍ରତିନିଧି ସନ୍ତୋଷ ଲେଙ୍କା, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଚରଣ ପଣ୍ଡା, ଜିଲା ଉପ ସଭାନେତ୍ରୀ ଝୁଲିମା ଦଳ ବେହେରା ଏସ୍‌ଟି ମୋର୍ଚ୍ଚା ସାଧାରଣ ସମ୍ପାଦକ ତାପସ ଦଳ ବେହେରାଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ସନକ ଦିଗାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Share