Categories: ଜାତୀୟ

ଗୃହମନ୍ତ୍ରୀ ଅନିଲ ଦେଶମୁଖ ପ୍ରସଙ୍ଗ: ରାଜ୍ୟପାଳଙ୍କୁ ଭେଟିଲେ ଫଡ୍‌ନବିସ

ମୁମ୍ବାଇ,୨୪।୩: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମାସିକ ୧୦୦ କୋଟି ଟଙ୍କା ବଟି ସଂଗ୍ରହ କରିବା ଲାଗି ନିଲମ୍ବିତ ପୋଲିସ ଅଫିସର ସଚିନ ଓ୍ବାଜେଙ୍କ ସମେତ ଅନ୍ୟ କେତେଜଣଙ୍କୁ ଦାୟିତ୍ୱ ଦେଇଥିବା ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂ ଅଭିଯୋଗ ଆଣିବା ପରେ ମହାରାଷ୍ଟ୍ର ରାଜନୀତି ଜୋର୍‌ ଧରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ ଏହି ପ୍ରସଙ୍ଗରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ସାକ୍ଷାତ କରିବା ପରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଫଡ୍‌ନବିସଙ୍କ ନେତୃତ୍ୱରେ ମହାରାଷ୍ଟ୍ର ଭାଜପାର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ରାଜ୍ୟର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ରିପୋର୍ଟ ପଠାଇବା ଲାଗି ଅନୁରୋଧ କରିଥିଲେ। ଗୃହମନ୍ତ୍ରୀଙ୍କ ଦୁର୍ନୀତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନୀରବତାକୁ ଭାଜପା ନେତା ସମାଲୋଚନା କରିଥିଲେ।

Share