Categories: ଜାତୀୟ

ଏହି ବରିଷ୍ଠ ନେତାଙ୍କୁ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ କରିପାରେ ଭାଜପା

ଡେରାଡୁନ,୯।୩: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ତ୍ରିବେନ୍ଦ୍ର ସିଂ ରାଓ୍ବତ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ବିଧାନସଭା ନିର୍ବାଚନକୁ ଆହୁରି ଏକ ବର୍ଷ ବାକିଥିବାବେଳେ ରାଜ୍ୟର ଏହି ଗୁରୁଦାୟିତ୍ୱ ପାଇଁ ବିଧାୟକ ଧନ ସିଂ ରାଓ୍ବତଙ୍କୁ ଦଳ ବାଛିପାରେ। ଦଳ ପକ୍ଷରୁ ତ୍ରିବେନ୍ଦ୍ରଙ୍କ ଇସ୍ତଫା ସମ୍ପର୍କରେ ଘୋଷଣା କରାଯିବା ପୂର୍ବରୁ ରାଜ୍ୟମନ୍ତ୍ରୀ ଧନ ସିଂ ହେଲିକପ୍ଟର ଯୋଗେ ପହଞ୍ଚିଛନ୍ତି ରାଜ୍ୟ ରାଜଧାନୀରେ।

ପାଉରୀ ଜିଲାର ଶ୍ରୀନଗର ନିର୍ବାଚନ ମଣ୍ଡଳିରୁ ବିଧାୟକ ଅଛନ୍ତି ୫୦ ବର୍ଷୀୟ ଧନ ସିଂ ରାଓ୍ବାତ। ସେ ରାଜନୀତି ବିଜ୍ଞାନ ଓ ଇତିହାସରେ ଏମ୍‌ଏ କରିବା ସହ ରାଜନୀତି ବିଜ୍ଞାନରେ ମଧ୍ୟ ପିଏଚ୍‌ଡି ମଧ୍ୟ କରିଛନ୍ତି।

 

Share