Categories: ଜାତୀୟ

ଭାଜପାର ନିର୍ବାଚନୀ ଥୋପ: ଚାଷୀଙ୍କ ଖାତାକୁ ୨୦୦୦

ନୂଆଦିଲ୍ଲୀ,୧।୪: ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଭୋଟରଙ୍କୁ ହାତେଇବା ଲାଗି ଗୁରୁବାର ନିର୍ବାଚନୀ ଥୋପ ପକାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପ୍ରିଲ୍‌ ପହିଲାରେ ଚାଷୀଙ୍କ ସଞ୍ଚୟ ଖାତାକୁ ୨୦୦୦ ଟଙ୍କା ପଠାଯାଇଛି। ଏହା ଦ୍ୱାରା ୧୧ କୋଟି ୬୬ ଲକ୍ଷ ପଞ୍ଜିକୃତ ଚାଷୀ ଉପକୃତ ହେବ। ପିଏମ୍‌ କିସାନ ସମ୍ମାନନିଧି ଯୋଜନା ଅନ୍ତର୍ଗତ ପ୍ରତିବର୍ଷ ଚାଷୀଙ୍କ ଖାତାକୁ ୬୦୦୦ ଟଙ୍କା ପଠାଯିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି। ଏହି ଯୋଜନାର ଆରମ୍ଭ ୨୦୧୯ ଫେବୃୟାରୀ ୨୪ରେ ହୋଇଥିଲା। ଏବେ ଏହାର ୮ମ କିସ୍ତି ପ୍ରଦାନ କରାଯାଇଛି। ବିଭିନ୍ନ କାରଣ ଯୋଗୁ ବହୁ ଚାଷୀ କେନ୍ଦ୍ର ସରକାରଙ୍କ ଏହି ଯୋଜନାରୁ ବଞ୍ଚିତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ଏହି ସୁବିଧା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରହିଛି।

Share