ଭାଜପାର ମିଥ୍ୟା ପ୍ରତିଶ୍ରୁତି ଲୋକଲୋଚନକୁ ଆଣିବା ପାଇଁ ଦୃଢ଼ ପ୍ରତିଜ୍ଞା, ଜିଲାର ଦାୟିତ୍ୱ ବାହାର ରାଜ୍ୟ ନେତାଙ୍କୁ ନ ଦେଇ…

ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ପକ୍ଷରୁ ଗୁରୁବାର ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ୧୦ ନଂ ଜୋନ୍‌ର ଜିଲାପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ଦେଇଥିଲେ ପରେ ଦଳର ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ପ୍ରଧାନଙ୍କ ମଞ୍ଚ ପରିଚାଳନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ତତ୍କାଳ ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗଦେଇଥିବା ବେଳେ ଅନ୍ୟତମ ମଞ୍ଚାସୀନ ଅତିଥି ଜିଲାପରିଷଦ ଉପାଧ୍ୟାକ୍ଷ ସାଧବାଣୀ ନାୟକ, ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରୀତମ ପ୍ରଧାନ, ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲୀପ କହଁର, ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଜି. ଉଦୟଗିରି ଏନ୍‌ଏସିର ଉପାଧ୍ୟକ୍ଷ ସନ୍ତୋଷ ବାଗ୍‌, ସଭାପତି ସଞ୍ଜୀବ ପାତ୍ର, ଦାରିଙ୍ଗବାଡ଼ି ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, ରାଇକିଆ ବ୍ଲକ ସଭାପତି ରାଜମୋହନ ଦିଗାଲ,ଜି. ଉଦୟଗିରିର ଲିଙ୍ଗତାଜ କହଁର, ଜି. ଉଦୟଗିରି ଜିଲାପରିଷଦ ସଦସ୍ୟା ଲିଳିମା ପ୍ରଧାନ, ଛାତ୍ର ସଭାପତି ରୂପକ କୁମାର ସାହୁ,ଦଳର ଜିଲା ସମ୍ପାଦକ ଦୀପକ କୁମାର ସାହୁ, ଯୁବଛାତ୍ର ସମ୍ପାଦକ ବାବୁନି ପଣ୍ଡା ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ପ୍ରଥମେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷମାଲ୍ୟ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଭକ୍ତିପୂତ ସମ୍ମାନ ଜଣାଇଥିଲେ। ପରେ ଦଳର ସଂଗଠନ ସମ୍ପର୍କରେ ଆଲୋଚନା କରାଯାଇଥିଲା।

୧୯୯୭ରେ ଏହି ଦିନରେ ଦଳ ଗଠନ ହୋଇଥିବା ବେଳେ ବିଜେଡିର ମୁଖ୍ୟ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ବର୍ଷ ଧରି ଲୋକଙ୍କ ସେବା କରି ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରି ସ୍ବାବଲମ୍ବୀ କରିପାରିଛନନ୍ତି। ବିଭିନ୍ନ ଯୋଜନା ଯୋଗୁ ଓଡ଼ିଶାବାସୀଙ୍କୁ ସରକାରଙ୍କ ଯୋଜନା ଯୋଗୁ ଅନେକ ଫାଇଦା ମିଳିଥିଲା କିନ୍ତୁ ଭାଜପା ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ତଥା ଭତ୍ତା ୩ ହଜାର, ବିଦ୍ୟୁତ ୩ ଶହ ୟୁନିଟ୍‌ ମାଗଣା ଭଳି ଅନେଇ ମିଥ୍ୟା ପ୍ରଚାର କରି ଲୋକଙ୍କୁ ଠକି ଦେଇଛନ୍ତି। ଏହାର ଜବାବ ନିଶ୍ଚିତ ଲୋକ ଦେବେ ବୋଲି କୁହାଯାଇଛି। ତେଣୁ କର୍ମୀମାନେ କେହି ମନ ଦୁଃଖ ନ କରି ଲୋକଙ୍କ ସେବା କରିବା ଓ ଆଗାମୀ ଦିନରେ ପୁଣି ବିଜୟୀ ହୋଇ ରାଜ୍ୟକୁ ଶାସନ କରିବା ଲକ୍ଷରେ କାମ କରିବାକୁ କୁହାଯାଇଥିଲା। ସେହିପରି ଆମ କନ୍ଧମାଳ ଜିଲାରେ ଦଳକୁ ମଜଭୁତ କରିବା ପାଇଁ ଜିଲା ବାହାରୁ ନେତୃତ୍ୱ ଅପେକ୍ଷା ଆମ ଜିଲାର ନେତାଙ୍କୁ ଜିଲାର ନେତୃତ୍ୱ ଦିଆଗଲେ ଦଳ ଆହୁରି ମଜଭୁତ କରିବାକୁ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଅନୁମତିରେ ଗଛ କଟାକୁ ନେଇ ଅସନ୍ତୋଷ

ନନ୍ଦପୁର,୨୪ା୪(ତୁଷାର କାନ୍ତ ମହାନ୍ତି)- ନନ୍ଦପୁର-ଲମତାପୁଟ ପୂର୍ତ୍ତବିଭାଗ ରାସ୍ତା କଡ଼ରୁ ବିନା ଅନୁମତିରେ ଗଛ କଟାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ବନମାଳୀପୁଟ...

ଜଙ୍ଗଲରେ ନିଆଁ: ଆୟତ୍ତ କଲେ ସ୍ବେଚ୍ଛାସେବୀ, ବନ କର୍ମଚାରୀ

ବରଗଡ଼,୨୪।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ସହର ଉପକଣ୍ଠ ତୁରୁଙ୍ଗା – ବଗେଇବିରା ଗ୍ରାମ୍ୟ ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ବୈଷ୍ଣୋଦେବୀ...

ଆସିଲା ଖୁସି ଖବର: ବଢ଼ିଲା ପୋଲିସ କର୍ମଚାରୀଙ୍କ ଭତ୍ତା

ଭୁବନେଶ୍ୱର,୨୪।୪: ପୋଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ପୋଲିସ କର୍ମଚାରୀଙ୍କ ଭତ୍ତା ଏବଂ ପ୍ରୋତ୍ସାହନ ରାଶିକୁ ଗୁରୁବାର ବୃଦ୍ଧି କରିଛନ୍ତି। କନଷ୍ଟେବଲଙ୍କଠାରୁ ଆରମ୍ଭ...

ଅଧିକ ଯୌତୁକ ଦାବି କରି ନିର୍ଯ୍ୟାତନା , ଥାନାରେ ଏତାଲା

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ବିବାହର ୧ ମାସ ପରେ ଅଧିକ ଯୌତୁକ ଦାବି କରି ଶାଶୁ ଓ ଦିଅର ମିଶି ଶାରୀରିକ ଓ ମାନସିକ ନିର୍ଯ୍ୟାତନା...

କଳାହାଣ୍ଡିରେ ପାରଦ ଉପରମୁହାଁ: ଗରମ, ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୨୪ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ପାରଦ ଏବେ ଉପରମୁହାଁ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ସହରର ତାପମାତ୍ରା ଏବେ ୪୫...

ନ୍ୟାସନାଲ ହେରାଲ୍ଡ ମାମଲା, ED ସ୍କାନରରେ ଗାନ୍ଧୀ ପରିବାର

ନୂଆଦିଲ୍ଲୀ,୨୪।୪: ସ୍ବାଧୀନତା ପରବର୍ତ୍ତୀ ରାଜନୈତିକ ମାନଚିତ୍ରରେ ଦୀର୍ଘ ଦିନ ଧରି ହଜି ଯାଇଥିବା ନ୍ୟାସନାଲ ହେରାଲ୍ଡ ମାମଲା ପୁଣିଥରେ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଛି –...

ଭାଉଜଙ୍କୁ ଟଣାଓଟରା କରିବା ସହ ସୁନା ଚେନ ଲୁଟ ଅଭିଯୋଗ

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ଏକ ବିବାହ ଭୋଜିରୁ ଫେରୁଥିବା ବେଳେ ଭାଉଜଙ୍କୁ ଟଣାଓଟରା କରିବା ସହ ବେକରୁ ଏକ ସୁନା ଚେନ ଲୁଟି ନେଇଥିବା ନେଇ...

ଭାଇଙ୍କୁ ମରଣାନ୍ତ୍ରକ ଆକ୍ରମଣ କରି ହତ୍ୟା ଉଦ୍ୟମ: ସାନ ଭାଇଙ୍କୁ ୫ ବର୍ଷ ଜେଲଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସିଜେଏମ ତଥା ସେସନ ଜଜ୍‌ ହିମାଂଶୁ ଶେଖର ବିଶ୍ୱାଳ ଏକ ମରଣାନ୍ତ୍ରକ ଆକ୍ରମଣ ମାମଲାର ବିଚାର କରିଛନ୍ତି। ଅଭିଯୁକ୍ତ ଅମ୍ବିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image