Categories: ଜାତୀୟ

ଭାଜପାର ମାଗଣା କରୋନା ଟିକା ପ୍ରତିଶ୍ରୁତି ଯୋଗୁ ହୋଇନି ଆଚାର ସଂହିତା ଉଲ୍ଲଂଘନ: ନିର୍ବାଚନ କମିଶନ

ନୂଆଦିଲ୍ଲୀ,୩୧।୧୦: ବିହାର ବିଧାନସଭା ନିର୍ବାଚନରେ ଭାଜପା ପକ୍ଷରୁ ଜାରି ହୋଇଥିବା ଘୋଷଣା ପତ୍ରରେ ମାଗଣା କରୋନା ଟିକା ପ୍ରତିଶ୍ରୁତି ଦିଆଯାଇଛି। ଏହାକୁ ନେଇ ସୂଚନା ଅଧିକାର କର୍ମୀ ସାକେତ ଗୋଖଲେ ନିର୍ବାଚନ କମିଶନଙ୍କ ନିକଟରେ ଭାଜପା ଦ୍ୱାରା ଆଚାର ସଂହିତା ଉଲ୍ଲଂଘନ ହୋଇଥିବା ଅଭିଯୋଗ କରିଥିଲେ। ତେବେ ଏହା ଦ୍ୱାରା ଆଚରଣ ବିଧିର ଉଲ୍ଲଂଘନ ହୋଇ ନ ଥିବା ନିର୍ବାଚନ କମିଶନ କହିଛନ୍ତି। ଭୋଟରଙ୍କ ବିଶ୍ୱାସ ଜିଣିବା ପାଇଁ ପୂରଣ କରାଯାଇ ପାରୁଥିବା ପ୍ରତିଶ୍ରୁତି ସମ୍ପର୍କରେ ଘୋଷଣା ପତ୍ରରେ ଉଲ୍ଲେଖ କରାଯାଇଥିବା ନିର୍ବାଚନ କମିଶନ କହିଛନ୍ତି।

Share