Categories: ଜାତୀୟ

ଉତ୍ତରପ୍ରଦେଶରେ ଭାଜପାର ହେଲିକପ୍ଟର ଯୋଜନା: ୧୦ରୁ ୨୦ ମଧ୍ୟରେ ହେବ ୮୦ ରାଲି…

ନୂଆଦିଲ୍ଲୀ,୨୩।୫ : ଉତ୍ତରପ୍ରଦେଶରେ ଭାଜପା ଲୋକସଭା ନିର୍ବାଚନ ପୂର୍ବରୁ ତୋଫାନୀ ଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରିଛି। ମେ ୩୦ ରୁ ଜୁନ ୩୦ ମଧ୍ୟରେ ପ୍ରସ୍ତୁତ ଯୋଜନାଗୁଡିକରେ ବହୁ ଗୁରୁତ୍ୱପୂର୍ଣ୍ଣ ରାଲି ହେବ। ସେଥିମଧ୍ୟରୁ ହେଲିକପ୍ଟର ଯୋଜନା ଅନ୍ତର୍ଗତ ଜୁନ୍‌ ୧୦ରୁ ୨୦ ଜୁନ ମଧ୍ୟରେ ରାଜ୍ୟରେ ୮୦ଟି ବଡ଼ ଧରଣର ରାଲି କରାଯିବ। ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନରେ ମାତ୍ର ୧୦ ଦିନ ମଧ୍ୟରେ ଦେଶର ତଥା ରାଜ୍ୟର ବଡ ନେତାଙ୍କ ସମାବେଶ ତଥା ସାଧାରଣ ସଭା ଅନୁଷ୍ଠିତ ହେବ। ରଣନୀତିଜ୍ଞମାନେ ଗୋଟିଏ ଦିନରେ ହାରାହାରି ଆଠଟି ଲୋକସଭା ନିର୍ବାଚନମଣ୍ଡଳୀକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି।

 

ଏହି ସମୟ ମଧ୍ୟରେ ଉତ୍ତରପ୍ରଦେଶରେ କେବଳ ହେଲିକପ୍ଟରର ଶବ୍ଦ ଶୁଣିବାକୁ ମିଳିବ। ଭାଜପା ନେତାମାନେ କହିଛନ୍ତି ଏହି ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ପ୍ରତିରକ୍ଷା ମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ ପର୍ଯ୍ୟନ୍ତ ବହୁ ମନ୍ତ୍ରୀ ଏବଂ ନେତା ସାଧାରଣ ସଭାରେ ଭାଗ ନେବାକୁ ଯାଉଛନ୍ତି। ଅନ୍ୟପକ୍ଷରେ, ମେ ୩୦ ରୁ ଜୁନ ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବଡ ଅଭିଯାନରେ ଉତ୍ତରପ୍ରଦେଶର ପ୍ରତ୍ୟେକ ଘରେ ପହଞ୍ଚିବାକୁ ଦଳ ଯୋଜନା କରିଛି।

Share