Categories: ଜାତୀୟ

କଙ୍ଗନାକୁ କଡ଼ା ତାଗିଦ୍‌ କରୁଛି ଭାଜପା, ବଡ଼ ଖୁଲାସା କଲେ ଭାଜପା ନେତ୍ରୀ!

କୃଷକ ଆନ୍ଦୋଳନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଭାଜପାକୁ ହରଡଘଣାରେ ପକେଇଛନ୍ତି ଭାଜପା ନେତ୍ରୀ କଙ୍ଗନା ରଣାଓ୍ବତ। ଯାହାକୁ ନେଇ ଦଳ ତାଙ୍କୁ ତାଗିଦ୍‌ କରିଛି। ଏପରି ବିବାଦୀୟ ମନ୍ତବ୍ୟ ନ ଦେବାକୁ ଦଳ ତାଙ୍କୁ ଚେତାବନୀ ଦେଇଛି। ଏକ ଜାତୀୟ ଗଣମାଧ୍ୟକୁ ସାକ୍ଷାତକାର ଦେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କଙ୍ଗନା।

ସେ କହିଛନ୍ତି, କୃଷକ ଆନ୍ଦୋଳନରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଭାଜପା ମୋତେ ତାଗିଦ୍‌ କରିଛି। ତେବେ ଭବିଷ୍ୟତରେ ନିଜ ମନ୍ତବ୍ୟ ରଖିବାବେଳେ ଶଦ୍ଦ ଚୟନବେଳେ ସାବଧାନ ରହିବି। ମୋତେ ଭାଜପା ତାଗିଦ୍‌ କରିଛି ଏହାକୁ ନେଇ ମୋର କୌଣସି ଅସୁବିଧା ନାହିଁ। କିନ୍ତୁ ମୁଁ ଏତେ ପାଗଳ କି ମୁର୍ଖ ନୁହେଁ ଏହାକୁ ମାନିବି। ମୋତେ ଆହୁରି ଆଗକୁ ଯିବାର ଅଛି। ଯଦି ମୁଁ ପାର୍ଟିର ଉଦ୍ଦେଶ୍ୟ, ସ୍ଥିତି କିମ୍ବା ନୀତିକୁ ଆଘାତ ଦେଇଛି ତେବେ ସବୁଠାରୁ ଅଧିକ ଦୁଖ ମୋତେ ହିଁ ଲାଗିବ ବୋଲି ମଣ୍ଡି ଏମପି କଙ୍ଗନା କହିଛନ୍ତି।

Share