Categories: ଜାତୀୟ

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ ବରିଷ୍ଠ ଭାଜପା ନେତା ଏଲ.କେ ଆଡ଼ଭାନୀ

ନୂଆଦିଲ୍ଲୀ, ୧୦।୧: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ ଭାଜପା ବରିଷ୍ଠ ନେତା ଏଲକେ ଆଡ଼ଭାନୀ। ଏନେଇ ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତୀୟ କାର୍ଯ୍ୟକାରିଣୀ ସଭାପତି ଆଲୋକ କୁମାର ବୁଧବାର ସୂଚନା ଦେଇଛନ୍ତି।

ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ନେତା କୃଷ୍ଣ ଗୋପାଳ ଏବଂ ଆଲୋକ କୁମାରଙ୍କ ସହ ରାମ ଲାଲ ଏଲ.କେ ଆଡଭାନୀଙ୍କୁ ଭେଟି ବୁଧବାର ଦିନ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନିମନ୍ତ୍ରଣ କରିଛନ୍ତି।

ଅଯୋଧ୍ୟାରେ ପ୍ରାଣ ପ୍ରତୀକ୍ଷା ସମାରୋହରେ ଏଲ.କେ ଆଡଭାନୀଙ୍କୁ ସମସ୍ତ ଆବଶ୍ୟକୀୟ ଚିକିତ୍ସା ସୁବିଧା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ଆଲୋକ କୁମାର କହିଛନ୍ତି। ଜାନୁଆରୀ ୨୨ ରେ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ଲାଲାଙ୍କ ପ୍ରତିମା ସ୍ଥାପନ କରିବେ।

 

Share