Categories: ଜାତୀୟ

ଭାଜପାର ମାଷ୍ଟର ଷ୍ଟ୍ରୋକ୍‌, ମହୁଆଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଲେ ରାଜମାତା

କୋଲାକାତା,୨୫।୩: ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବା ଭାରତୀୟ ଜନତା ପାର୍ଟି(ଭାଜପା) ରବିବାର (୨୪ ମାର୍ଚ୍ଚ) ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ୧୧୧ ପ୍ରାର୍ଥୀଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଦଳ ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ରାଜମାତା ଅମୃତା ରୟଙ୍କୁ ଟିକେଟ ଦେଇଛି। ସେ ଟିଏମସି ନେତା ମହୁଆ ମୋଇତ୍ରାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ।
ଅମୃତା ରୟ କୃଷ୍ଣନଗରର ରାଜବାଡି (ରୟାଲ ପ୍ୟାଲେସ) ର ରାଣୀ ମାତା।ଗତ କିଛି ଦିନ ହେବ ତାଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ କଳ୍ପନାଜଳ୍ପନା କରାଯାଉଥିଲା। ସେ ଚଳିତ ମାସ ୨୦ରେ ଭାଜପାରେ ଯୋଗ ଦେଇଥିଲେ। ସେ ଶୁଭେନ୍ଦୁ ଆଧିକାରୀଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଥିଲେ।
ନିର୍ବାଚନ ବିଶେଷଜ୍ଞଙ୍କ ମତରେ ଅମୃତା ରୟଙ୍କ ପ୍ରାର୍ଥୀ ହେବା ରାଜ୍ୟରେ ଭାଜପାକୁ ମଜବୁତ କରିବ। ଭାଜପା ସୂତ୍ର ଅନୁଯାୟୀ ଜିଲା ନେତୃତ୍ୱ ପ୍ରଥମେ ଅମୃତାଙ୍କୁ ପ୍ରାର୍ଥୀ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ପରେ ଦଳ ତାଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ। ଏଥି ସହିତ ଯେତେବେଳେ ଅମୃତାଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କୁହାଯାଇଥିଲା ସେତେବେଳେ ସେ ରାଜି ହୋଇଥିଲେ।

Share