Categories: ଜାତୀୟ

ଭାଜପାର ମିଶନ ପଶ୍ଚିମବଙ୍ଗ

କୋଲକାତା, ୧୪।୧୦: ଭାଜପା ପକ୍ଷରୁ ପଶ୍ଚିମବଙ୍ଗରେ ଶକ୍ତି ବୃଦ୍ଧି ପାଇଁ ଯୋଜନା ଆରମ୍ଭ ହୋଇଛି। ମିଶନ ପଶ୍ଚିମବଙ୍ଗ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଗାପୂଜା ଅବସରରେ ପଶ୍ଚିମବଙ୍ଗର ଜନସାଧାରଣଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରିବେ। ଅକ୍ଟୋବର ୨୨ରେ ପ୍ରଧାନମନ୍ତ୍ରୀ ରାଜ୍ୟର ଶହେରୁ ଅଧିକ ଦୁର୍ଗାପୂଜା ପେଣ୍ଡାଲରେ ଲୋକଙ୍କ ସହିତ କଥା ହେବେ। ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ଏଭଳି କରାଯାଉଥିବା କୁହାଯାଉଛି। ଦୁର୍ଗାପୂଜାରେ ମୋଦି ନିର୍ବାଚନୀ ବିଗୁଲ୍‌ ବଜାଇବାର ଯୋଜନା କରିଥିବା ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି। ମୋଦିଙ୍କ ଭିଡ଼ିଓ କନଫରେନ୍ସିଂ ପରେ ନଭେମ୍ବର ପ୍ରଥମ ସପ୍ତାହ ପରଠାରୁ ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସ ବିରୋଧରେ ଭାଜପା ପକ୍ଷରୁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରାଯିବ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ କ୍ଷମତାରୁ ହଟାଇବା ଲକ୍ଷ୍ୟ ନେଇ ଭାଜପା ରଣନୀତି ପ୍ରସ୍ତୁତି ଉପରେ ଜୋର୍‌ ଦେଉଥିବା କୁହାଯାଉଛି।

Share