Categories: ଜାତୀୟ

ଭାଜପାର ମିଶନ ପଶ୍ଚିମବଙ୍ଗ, ୨୦୨୪ ମେଗା ପ୍ଲାନ୍‌ରେ ଧର୍ମେନ୍ଦ୍ର-ସ୍ମୃତି-ଜ୍ୟୋତିରାଦିତ୍ୟ ସାମିଲ…

ନୂଆଦିଲ୍ଲୀ, ୧୧।୮ : ପଶ୍ଚିମବଙ୍ଗରେ ୨୦୧୯ ସାଧାରଣ ନିର୍ବାଚନରେ ୪୨ ଟି ଲୋକ ସଭା ଆସନ ମଧ୍ୟରୁ ୧୮ରେ ବିଜୟ ହୋଇଥିଲା। ବର୍ତ୍ତମାନ ପୁଣି ଥରେ ଭାଜପା ରାଜ୍ୟରେ ସ୍ଥିତି ସୁଦୃଢ଼ କରିବା ଲାଗି ମିଶନ ୨୦୨୪ ଯୋଜନା ପ୍ରସ୍ତୁତ କରିଛି। ରାଜ୍ୟରେ ଭାଜପା ଅଧିକ ଶକ୍ତିଶାଳୀ ହୋଇ ନପାରିଲେ ପୁରୁଣା ସଂଖ୍ୟାର ପୁନରାବୃତ୍ତି କରିବା ଲାଗି ପ୍ରସ୍ତୁତ ହେଉଛି। ଯୋଜନା ଅନ୍ତର୍ଗତ ତିନିଜଣ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ମିଶନ ପଶ୍ଚିମବଙ୍ଗ ଦାୟିତ୍ୱ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧଆ ଅଛନ୍ତି। ଏହି ତିନି ନେତା ପଶ୍ଚିମବଙ୍ଗ ପ୍ରସଙ୍ଗ ବୁଝିବାରେ ବ୍ୟସ୍ତ ଅଛନ୍ତି ଏବଂ ଦଳ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି।

ଗତ ବର୍ଷର ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ବିପକ୍ଷରେ ଏକ ବଡ଼ ପରାଜୟର ସମ୍ମୁଖୀନ ହେବା ପରଠାରୁ ଦଳ ଲୋକ ସଭା ପାଇଁ ସତର୍କ ହେବାକୁ ଲାଗିଛି। ଆଲୋଚନା ହେଉଛି ଯେ ରାଜ୍ୟ ସଭା ଏମ୍‌ପି ରାକେଶ ସିହ୍ନାଙ୍କୁ ମଧ୍ୟ ରାଜ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ କୁହାଯାଇଛି। ଏଭଳି ପରିସ୍ଥିତିରେ ଭାଜପା ଟିଏମସି ଉପରେ ବିଭିନ୍ନ ଉପାୟରେ ଚାପ ପକାଇବାକୁ ଚାହୁଁଛି।

ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମବଙ୍ଗର ଭାଜପା ବିଧାନସଭା ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି। ଏଭଳି ପରିସ୍ଥିତିରେ ଭାଜପା ସମସ୍ତ ୪୨ ଟି ଲୋକ ସଭା ଆସନର ଦାୟିତ୍ୱ ତାଙ୍କୁ ଦେଇଛି। ଭାଜପା ସୂତ୍ରରୁ ପ୍ରକାଶ ଯେ, ସ୍ମୃତି ଇରାନୀଙ୍କୁ ସେହି ଅଞ୍ଚଳର ଦାୟିତ୍ୱ ଦିଆଯାଇପାରେ ଯେଉଁଠାରେ ମହିଳା ଭୋଟରମାନେ ଏକ ପ୍ରଭାବଶାଳୀ ଭୂମିକାରେ ଅଛନ୍ତି ଏବଂ ଗତ ବର୍ଷ ସେଠାରେ ମମତା ବାନାର୍ଜୀଙ୍କ ଦଳ ଜିତିଥିଲା। ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ମୃତି ଇରାନୀ ଦୁହେଁ ବଙ୍ଗଳା କୁହନ୍ତି। ଏଭଳି ପରିସ୍ଥିତିରେ ବଙ୍ଗଳା ରାଜନୀତିରେ ଭୋଟରଙ୍କ ସହ ମିଶିବା ସହଜ ହେବ। ଏଥି ସହିତ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦମ ଦମ ଲୋକ ସଭା ଆସନ ଦାୟିତ୍ୱ ଦିଆଯାଇଛି।

Share