Advertisement
Categories: ଜାତୀୟ

‘ସାଇକେଲ’ ଚିହ୍ନରେ ଭୋଟ ଦେଇ ମୋଦିଙ୍କୁ ଜିତାନ୍ତୁ: ଭାଜପା ନେତା

ନୂଆଦିଲ୍ଲୀ,୨୨।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ରବିବାର ଆୟୋଜିତ ହୋଇଥିଲା ଏକ ନିର୍ବାଚନୀ ସଭା। ଏଥିରେ ଯୋଗ ଦେଇଥିଲେ ଭାଜପା ନେତା ନରେଶ ଅଗ୍ରଓ୍ବାଲଙ୍କ ସମେତ ଆଉ କେତେଜଣ ନେତା। ଉକ୍ତ ଜନସଭାକୁ ଉଦ୍‌ବୋଧନ ଦେବା ଅବସରରେ ଭାଜପା ନେତା ନରେଶ ଅଗ୍ରଓ୍ବାଲ କହିଥିଲେ କି ଆମେ ଦଳ ଅଧ୍ୟକ୍ଷ ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛୁ। ଏହି ସଭାରେ ଉପସ୍ଥିତ ଥିବା ଅନ୍ୟଜଣେ ନେତା ଅଶୋକ ବାଜପେୟୀ ଭୋଟରଙ୍କୁ ଅନୁରୋଧ କରିଥିଲେ କି ‘ସାଇକେଲ’ ଚିହ୍ନରେ ଭୋଟ ଦେଇ ମୋଦିଙ୍କୁ ଜିତାନ୍ତୁ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share