Categories: ଜାତୀୟ

ଭାଜପାର ନୂଆ ଗେମ୍‌ ପ୍ଲାନ୍‌: ମମତାଙ୍କୁ କରାଯିବନି ଆକ୍ଷେପ

କୋଲକାତା,୧୬।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ଛକାପଞ୍ଝା ସ୍ଥିତିି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୋଡ଼ ଭାଙ୍ଗିବା ଦ୍ୱାରା ଭୋଟର ତାଙ୍କ ଆଡ଼କୁ ମୁହାଁଇବା ସ୍ବାଭାବିକ ବୋଲି ଭାଜପା ଚିନ୍ତା କରୁଛି। ତେଣୁ ଭାଜପା ପକ୍ଷରୁ ନୂଆ ରଣନୀତି ଆରମ୍ଭ ହୋଇଛି। ନୂଆ ଗେମ୍‌ ପ୍ଲାନ ଅନୁସାରେ ନିର୍ବାଚନୀ ସଭାରେ ସିଧାସଳଖ ମମତାଙ୍କୁ ଆକ୍ଷେପ ନ କରି ରାଜ୍ୟ ସରକାରଙ୍କ ୧୦ ବର୍ଷର ବିଫଳତାକୁ ଟାଗେର୍ଟ କରିବାକୁ ଭାଜପା ପକ୍ଷରୁ ଏହାର ବରିଷ୍ଠ ନେତାଙ୍କୁ ପରାମର୍ଶ ଦିଆଯାଇଛି। ମମତାଙ୍କୁ ଟାର୍ଗେଟ କଲେ ସେ ସହଜରେ ଭୋଟରଙ୍କ ସହାନୁଭୁତି ଲାଭ କରିବେ ବୋଲି ଭାଜପା ପକ୍ଷରୁ ପରାମର୍ଶ ଦିଆଯାଇଛି। ତେଣୁ ମମତାଙ୍କ ବିରୋଧରେ ବ୍ୟକ୍ତିଗତ ଭାବେ କୌଣସି ଅଭିଯୋଗ ଆଣିବାକୁ ବାରଣ କରାଯାଇଛି।

Share